ରାଜ୍ୟ

ନାଳ ପାଣି ବସ୍ତିରେ ପଶିଲା – Ibnodisha

[ad_1]

ରାଉରକେଲା: ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା। ହଠାତ୍‌ ଗୁରୁଦ୍ବାରା ରୋଡ୍‌, ମଛଲି ମାର୍କେଟ ବସ୍ତି, ନୂଆ ମାର୍କେଟ୍‌ ବସ୍ତିରେ ପାଣି ପଶିଥିଲା। ବିନା ବର୍ଷାରେ ପାଣି କେଉଁଠୁ ଆସିଲା ସେନେଇ ସ୍ଥାନୀୟ ଲୋକ ଜାଣିବା ପୂର୍ବରୁ ପାଣି ଘଷର ପଶିସାରିଥିଲା। ଉଲ୍ଲେଖଯୋଗ୍ୟ, ଏହି ବସ୍ତି ଦେଇ ରେଳବାଇ କଲୋନିକୁ ଯାଇଥିବା ଡ୍ରେନ୍‌ ରହିଛି। ମୌସୁମୀ ଆସିବା ପୂର୍ବରୁ ଏହି ନାଳକୁ ସଫା କରାଯାଇନଥିଲା। ଫଳରେ ବର୍ଷା ଯୋଗୁଁ ଏହି ନାଳରେ ପାଣି ଭର୍ତ୍ତି ହୋଇ ରହିଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା। ରେଳବାଇ ପକ୍ଷରୁ ଏହି ନାଳ ସଫେଇ ଆରମ୍ଭ ହୋଇଥିଲା। ଜେସିବି ଲଗାଇ ସଫେଇ କାର୍ଯ୍ୟ ଆରମ୍ଭ କରିବାର କିଛି ସମୟ ପରେ ସବୁ ନାଳ ପାଣି ତଳି ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି ଭିତରକୁ ପଶିଥିଲା। ଫଳରେ ବହୁ ଘର ପ୍ରଭାବିତ ହୋଇଥିଲା। ଲୋକଙ୍କର, ବେଡରୁମ୍‌ ଭିତରକୁ ପାଣି ପଶିବାରୁ ପୋଷାକପତ୍ର, ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ବାସିନ୍ଦା ବାଲ୍‌ଟି ଧରି ଘରୁ ପାଣି ନିସ୍କାସନ କରୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ଦୀର୍ଘ ସମୟ ପରେ ପାଣି ନିସ୍କାସିତ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button