୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ – Ibnodisha

[ad_1]
ବ୍ୟୁରୋ : ବାଜିଲା ନିର୍ବାଚନୀ ବିଗୁଲ୍। ଘୋଷଣା ହେଲା ୫ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୭ରୁ ମତଦାନ ଆରମ୍ଭ। ବିଭିନ୍ନ ପର୍ଯ୍ୟାୟରେ ହେବ ମତଦାନ। ଡିସେମ୍ବର ୩ରେ ଭୋଟ୍ ଗଣତି। ଆଜି ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ୍ କମିଶନ ରାଜିବ କୁମାର। ଛତିଶଗଡ଼କୁ ଛାଡ଼ି ଅବଶିଷ୍ଟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ । ତେବେ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା।
ମିଜୋରାମ – ନଭେମ୍ବର ୭ ଭୋଟ ଗ୍ରହଣ, ଡିସେମ୍ବର ୩ରେ ଭୋଟ ଗଣତି
ଛତିଶଗଡ଼ – ନଭେମ୍ବର ୭ ଓ ୧୭ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ମଧ୍ୟପ୍ରଦେଶ – ନଭେମ୍ବର ୧୭ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ରାଜସ୍ଥାନ – ନଭେମ୍ବର ୨୩ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ତେଲେଙ୍ଗାନା – ନଭେମ୍ବର ୩୦ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
୫ଟି ଯାକ ରାଜ୍ୟରେ ଡିସେମ୍ବର ୩ ରେ ଭୋଟ ଗଣତି ହେବ । ଡିସେମ୍ବର ୫ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
[ad_2]



