ଯୋଧପୁରରେ ବାଜିଲା ସ୍ପେନ ଯୋଡିଙ୍କ ସାହାନାଇ; ଭାରତ ବୁଲିବାକୁ ଆସି ନେଲେ ସାତଫେରା – Ibnodisha
[ad_1]
ଜୟପୁର: ଘର ସ୍ପେନରେ ହେଲେ ବିବାହ କଲେ ଭାରତରେ । ବାଜା ବଜାଇ ବାଣ ଫୁଟାଇ ଭାରତୀୟ ପରମ୍ପରାରେ ପରସ୍ପରର ହାତ ଧରିଛନ୍ତି ସ୍ପେନ ଯୋଡି । ରାଜସ୍ଥାନର ଯୋଧପୁରର ପାବଟା ସ୍ଥିତ କିଚେନ ଗାର୍ଡେନ ରେସ୍ତୋରାଁରେ ସ୍ପେନ ଯୋଡି ଫିଲିପ ଓ ଭିକ୍ଟୋରିଆ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଦମ୍ପତିଙ୍କର ବିବାହ ଉତ୍ସବରେ ୮ଜଣ ସାଙ୍ଗ ମଧ୍ୟ ଯୋଗ ଦେଇଥିଲେ । ତେବେ ଏମାନେ ଗତ ଦୁଇ ବର୍ଷ ଧରି ଲିଭ ଇନରେ ରହୁଥିଲେ । ସୂଚନା ମୁତାବକ, ସ୍ପେନର ବାସିନ୍ଦା ଫିଲିପ ଏବଂ ଭିକ୍ଟୋରିଆ ୬ ମାସ ପୂର୍ବରୁ ଭାରତ ଆସିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ଏହା ପରେ ନିକଟରେ ପୁଣିଥରେ ଫିଲିପ ଏବଂ ଭିକ୍ଟୋରିଆ ଭାରତ ଆସିଥିଲେ ।
ସେହି ସମୟରେ ଭାରତର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଭାରତୀୟ ସଂସ୍କୃତି ଓ ପରମ୍ପରା ଦ୍ୱାର ପ୍ରଭାବିତ ହୋଇଥିଲେ । ତେଣୁ ଉଭୟ ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ କରିବାକୁ ଚାହୁଁଥିବା ନେଇତାଙ୍କ ସହିତ ଥିବା ଗାଇଡ ଉଦୟ ସିଂଙ୍କୁ କହିଥିଲେ । ଏନେଇ ଉଦୟ ସିଂ ପଣ୍ଡିତ ବିକାଶ ଭାୟାଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଉଭୟଙ୍କ ବିବାହ ପାବଟାର କିଚେନ୍ ଗାର୍ଡେନ୍ ରେସ୍ତୋରାଁରେ ଭାରତୀୟ ସଂସ୍କୃତି ଅନୁଯାୟୀ ସମ୍ପନ୍ନ ହୋଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । ଏହି ବିବାହରେ ସେମାନଙ୍କର ୮ ଜଣ ସାଙ୍ଗ ମଧ୍ୟ ଯୋଗ ଦେଇଥିଲେ । ତେବେ ଉଦୟ ସିଂ କହିଛନ୍ତି ଯେ, ବର୍ତ୍ତମାନ ପିତୃପକ୍ଷ ଚାଲିଛି, ଏହି ସମୟରେ ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନାହିଁ । କିନ୍ତୁ ଉଭୟଙ୍କ ଭିସା ସରିଯିବ । ଏଭଳି ପରିସ୍ଥିତିରେ ଭଗବାନଙ୍କୁ କ୍ଷମା ମାଗିବା ପରେ ବିବାହ ହୋଇଥିଲା ।
[ad_2]