ରାଜ୍ୟ

ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁବନେଶ୍ୱର: ଚୀନ ଏସୀୟ କ୍ରୀଡ଼ା ଓଡ଼ିଆ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ସ୍ୱର୍ଣ୍ଣ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମିତଙ୍କୁ ଦେଢ କୋଟି ଟଙ୍କା ଓ ଦୀପ ଗ୍ରେସଙ୍କୁ ୫୦ଲକ୍ଷ ଟଙ୍କାର ଆର୍ôଥକ ପୁରସ୍କାର ପ୍ରଦାନ କରିଛନ୍ତି । ଉଭୟ ଖେଳାଳି ଭାରତ ପକ୍ଷରୁ ପୁରୁଷ ଓ ମହିଳା ହକିରେ ପ୍ରତିନିଧିତ୍ୱ କରିଛନ୍ତି । ଚୀନ ଏସୀୟ କ୍ରୀଡ଼ାରେ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲାଭ କରିଛି ।

ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟକୁ ଗର୍ବିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ରାଜ୍ୟ ପାଇଁ ସମ୍ମାନ ଆଣିଦେଇଛି ବୋଲି ସେ କହିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ । ଦେଶ ପାଇଁ ସେମାନଙ୍କ ପ୍ରତିବଦ୍ଧତା ଏବଂ ପରିଶ୍ରମ ପାଇଁ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉଭୟ ଅମିତ ରୋହିଦାସ ଏବଂ ଦୀପ ଗ୍ରେସ୍ ଏକ୍କା ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ । ସେମାନଙ୍କ କ୍ରୀଡ଼ା ସଫଳତା ଦ୍ୱାରା ଓଡ଼ିଶା ଏବଂ ଦେଶ ପାଇଁ ଅଧିକ ଗୌରବ ଆଣିବାକୁ କଠିନ ପରିଶ୍ରମ ଜାରି ରଖିବୁ ବୋଲି କହିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button