ରାଜ୍ୟ

ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ରିପୋର୍ଟ: ବର୍ଷକୁ ହାରାହାରି ୧୮୦ଅଣ୍ଡା ଖାଇବା ଜରୁରୀ – Ibnodisha

[ad_1]

ଭୁବନେଶ୍ୱର: ବର୍ଷକୁ ହାରାହାରି ୧୮୦ ଅଣ୍ଡା ଖାଇବା ଜରୁରୀ । ଅର୍ଥାତ୍ ଦୁଇଦିନରେ ଗୋଟିଏ ଅଣ୍ଡା ବା ପ୍ରତିଦିନ ଫାଳେ ଅଣ୍ଡା ଖାଆନ୍ତୁ । ନିୟମିତ ଏମିତି ଅଣ୍ଡା ଖାଇଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ ହେବ । ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ତେଣୁ ରାଜ୍ୟର ଅଣ୍ଡା ଚାଷୀ ଓ ଏଥିରେ ସଂପୃକ୍ତ ଉଦ୍ୟୋଗୀ ସରକାରୀ ରିହାତି ନେଇ ଅଣ୍ଡା ଉତ୍ପାଦନ ବୃଦ୍ଧିକରିବା ନିମନ୍ତେ ଆଗେଇ ଆସନ୍ତୁ ବୋଲି ଓଡ଼ିଶା ସରକାର ଆହ୍ୱାନ ଦେଇଛନ୍ତି ।  ଶୁକ୍ରବାର ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଅଣ୍ଡା ଏକ ଅତ୍ୟନ୍ତ ସ୍ୱାସ୍ଥ୍ୟପଦ ଓ ସମ୍ପୂର୍ଣ୍ଣ ଖାଦ୍ୟ । ପ୍ରାଣୀଜ ପୁଷ୍ଟିସାର ଭାବରେ ଅପପୁଷ୍ଟି ଦୂର କରିବାରେ ଏହା ଅତ୍ୟନ୍ତ ଉପାଦେୟ ।

ତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ନିୟମିତ ଅଣ୍ଡାଖାଇବା ଦରକାର । ଦିିନକୁ ଦିନ ଅଣ୍ଡାର ଚାହିଦା ବଢ଼ୁଥିବାରୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଜରିଆରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କ ପାଇଁ ନିରନ୍ତର ଆୟର ସୁଯୋଗ ସୃଷ୍ଟି କରିଥାଏ । ରାଜ୍ୟର ଚାଷୀ ଓ ଉଦ୍ୟୋଗୀମାନେ ସରକାରୀ ଯୋଜନାର ଲାଭ ଉଠାଇ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରି ନିଜର ଆୟ ବୃଦ୍ଧିକରିବା ସହିତ ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ କରିବା ଆବଶ୍ୟକ ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଅଣ୍ଡାରେ ବିଭନ୍ନ ପ୍ରକାରର ଖାଦ୍ୟସାର ଯଥା -ଲିଉଟିନ୍‌, ଜାନଥିନ୍‌, କୋଲିନ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍ ଡି, ଆମିନୋ ଏସିଡ୍‌, ସ୍ନେହସାର ଭିଟାମିନ୍ ବି-୧୨ ଓ ଫୋଲିକ୍ ଏସିଡ୍ ଥିବାରୁ ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚିତ ହୋଇଥାଏ । କୃଷକମାନଙ୍କ ଆୟ ବୃଦ୍ଧିକରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରାଣୀସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ ଗ୍ରାମାଞ୍ଚଳ ଲୋକଙ୍କର ଆୟବୃଦ୍ଧି ସହିତ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ସହଜରେ ପୂରଣ କରିଥାଏ ।

ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ଫାର୍ମ ପ୍ରତିଷ୍ଠା ପାଇଁ ୩ଲକ୍ଷ ୩ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ସେହିପରି ବାରି ଅଗଣାରେ କୁକୁଡ଼ା ଓ ବତକ ପାଳନ ନିମନ୍ତେ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ôଥକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟର ଉଦ୍ୟୋଗୀମାନଙ୍କୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ôଥକ ପ୍ରୋତ୍ସାହନ ଦିଆଯାଉଛି । ଫଳସ୍ୱରୂପ ବିଗତ ୨୦ବର୍ଷରେ ଓଡ଼ିଶାରେ ମାଂସ ଓ ଅଣ୍ଡାର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସଂପ୍ରତି ରାଜ୍ୟରେ ଦୈନିକ ଏକ କୋଟିରୁ ଊର୍ଦ୍ଧ୍ୱ ଅଣ୍ଡା ଉତ୍ପାଦନ ହେଉଛି । ଏହି ଧାରା ବଜାୟ ରଖି ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ କୁକୁଡ଼ାଚାଷୀ ଓ ଉଦ୍ୟୋଗୀଙ୍କୁ ପରାମର୍ଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button