ରାଜ୍ୟ

୭୮ରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ଵର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ ବ୍ୟକ୍ତିତ୍ୱ, ଦିନେ ରାଜନୀତି ଜାଣି ନଥିବା ଲୋକ ଏବେ ରାଜନୀତିରେ କୋପତ। ସେ ହେଉଛନ୍ତି ଭାରତର ନମ୍ବର ୱାନ, ଏବଂ ସବୁଠାରୁ ଲମ୍ବା ସମୟ ଧରି ରାଜ୍ୟର ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହେଉଛି ତାଙ୍କ ଜନ୍ମଦିନ । ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି ନବୀନ । ୧୬ ଅକ୍ଟୋବର ୧୯୪୬ରେ କଟକ ଠାରେ ମୁଖ୍ୟମନ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ ଜୀୟାନ ଦେବୀଙ୍କ ସନ୍ତାନ ନବୀନ ବାବୁ । ଦିଲ୍ଲୀ ୟୁନିଭର୍ସିଟିରୁ କଳାରେ ସ୍ନାତକ ହାସଲ କରିଥିଲେ ନବୀନ । ପଢ଼ା ପରେ ବିଦେଶରେ ରହୁଥିଲେ ନବୀନ । ତେବେ ବର୍ତ୍ତମାନ ରାଜନୀତିର ଗୋଟି ଚଳାଉଥିବା ନବୀନ ପ୍ରଥମେ ଲେଖକ ଥିଲେ । ଲେଖାଲେଖିରେ ରୁଚି ରଖିବା ସହିତ ନବୀନ ହଲିଉଡରେ ଏକ ମୁଭି ମଧ୍ୟ କରିଛନ୍ତି । ଓଡ଼ିଶାରୁ ଦୂରେଇ ରହିବା କାରଣରୁ ନବୀନଙ୍କୁ ଓଡ଼ିଆ ଭାଷା ମଧ୍ୟ ଜଣା ନଥିଲା । ୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିର ଅ, ଆ ଶିଖି ନ ଥିବା ନବୀନ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ରାଜନୀତିରେ ପାଦ ‌ରଖିଥିଲେ । ଆଉ ଦୁଇ ଦଶନ୍ଧି ପରେ ଏବେ ସେ ଜଣେ ପୋଖତ ରାଜନୀତିଜ୍ଞ । ରାଜନୀତିରେ ପ୍ରବେଶ ପର ଠାରୁ କ୍ଷମତାରେ ରହି ଆସିଛନ୍ତି ନବୀନ । ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀ । କେବେ ନିଜ ରାଜନୈତିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ସେ ଚର୍ଚ୍ଚାରେ ରହିଛନ୍ତି ତ ଆଉ କେବେ ଭୋଟ୍‌ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଛନ୍ତି । ଉଲ୍ଲେଖଥାଉକି, ଗତ ମାସରେ ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ଯେଉଁ କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳନ କରିବେ ନାହିଁ । ଜନ୍ମଦିନ ଅବସରରେ ନବୀନ ନିବାସକୁ ଶୁଭେଚ୍ଛୁମାନଙ୍କୁ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ ନ କରିବା ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଏବଂ ଦୁର୍ବିପାକ ଭଳି ସ୍ଥିତି ଉପୁଜିଥିବାବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିନଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button