ଅପରାଧ

ଇସ୍ରାଇଲ ହମାସ ଯୁଦ୍ଧ ମଧ୍ୟରେ ଆମେରିକାରେ ବର୍ବରତା; ୬ ବର୍ଷୀୟ ଶିଶୁକୁ ନିର୍ମମ ହତ୍ୟା – Ibnodisha

[ad_1]

ୱାସିଂଟନ: ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଛି । ଜଣେ ୬ ବର୍ଷୀୟ ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଶିଶୁର ମାଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି । ଅନ୍ୟପଟେ ଏହି ମାମଲାର ଜଣେ ୭୧ ବର୍ଷିୟ ବୃଦ୍ଧା ଗିରଫ ହୋଇଛନ୍ତି । ଅଭିଯୁକ୍ତକୁ ଗିରଫ କରି ଆମେରିକା ପୋଲିସ ଟିମ୍ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଶନିବାର ଦିନ ଜଣେ ମହିଳା ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଫୋନ୍ ଯୋଗେ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆମେରିକା ଦକ୍ଷିଣ-ପଶ୍ଚିମ ଚିକାଗୋଠାରୁ ପାଖାପାଖି ୬୫ କିଲୋମିଟର ଦୂରରେ ଜଣେ ୬ ବର୍ଷୀୟ ଶିଶୁ ଓ ୩୨ବର୍ଷୀୟ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରିଥିଲା । ଏହାପରେ ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ବେଳେ ମହିଳା ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି । ତେବେ ଶିଶୁଟି ଦେହରେ ପାଖାପାଖି ୨୬ଟି ଛୁରୀ ଭୁସାଯାଇଥିବା ଦାଗ ରହିଛି । ମହିଳା ଓ ଶିଶୁଜଣକ ସମ୍ପର୍କରେ ମା ଓ ପୁଅ ଅଟନ୍ତି । ପୋଲିସ ଆଉ ମଧ୍ୟ କହିଛି, “ଅଭିଯୁକ୍ତ ଘର ମାଲିକ ଜୋସେଫ୍ କଜୁବା ନିଜ ଘରର ଏକ କୋଣରେ ବସି ରହିଥିଲା । ତା ମୁଣ୍ଡରେ ବି ଆଘାତ ଚିହ୍ନ ରହିଥିଲା । ତେବେ ଅଭିଯୁକ୍ତ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜ୍ଜୁ କରାଯାଇ ତାକୁ ଗିରଫ କରାଯାଇଛି । କୋର୍ଟ ଚାଲାଣ ପରେ ସେ ଜେଲ୍ରେ ରହିଛି । ମାମଲାର ତଦନ୍ତ ଜାରି ରହିଛି ।

ତେବେ ମହିଳା ଓ ଶିଶୁ ଜଣକ ପାଲେଷ୍ଟାଇନ ବଂଶୋଦ୍ଭବ ହୋଇଥିବା ସୂଚନା ରହିଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସାମ୍ପ୍ରଦାୟିକ ହିଂସାରୁ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି । ସେମାନେ ରହୁଥିବା ଘରର ମାଲିକ ହିଁ ଏହି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି । ତେବେ ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧର ପ୍ରଭାବ କେବଳ ୨ ଦେଶ ନୁହେଁ ବଂର ସାରା ଦେଶରେ ଦେଖିବାକୁ ମିଳିଛି । ଯୁଦ୍ଧ ୨ ମଧ୍ୟରେ ନୁହେଁ ବରଂ ଯେପରି ଇସଲାମ ଓ ଅଣଇସଲାମ ମଧ୍ୟରେ ହେଉଥିବା ଭଳି ପ୍ରତୀୟମାନ ହେଉଛି । ମୁସଲିମ ଦେଶ ସମେତ ଅନ୍ୟ ରାଷ୍ଟ୍ରମାନଙ୍କରେ ଥିବା ମୁସଲିମ ସମ୍ପ୍ରଦାୟ ମଧ୍ୟ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲ- ପାଲେଷ୍ଟାଇନ୍ ଯୁଦ୍ଧ ମଧ୍ୟରେ ଅନ୍ୟ ଦେଶଗୁଡ଼ିକରେ ସାମ୍ପ୍ରଦାୟିକ ହିଂସା ବୃ୍‌ଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନେକ ଦେଶରେ ହାଇଆଲର୍ଟ ବି ଜାରି କରାଯାଇଛି । ଆମେରିକାରେ ମଧ୍ୟ ଏନେଇ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ହାଇଆଲର୍ଟ ମଧ୍ୟରେ ଏଭଳି ଆକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button