ଅପରାଧ

ଟୋଲ ଫି ଆଦାୟକୁ ନେଇ ଫାଙ୍କା ଗୁଳିଚାଳନା କଲେ ୫ ଡକାୟତ – Ibnodisha

[ad_1]

ପିପିଲି: ନିମାପଡା- ପିପିଲି ଟୋଲ ଗେଟରେ ଫାଙ୍କା ଗୁଳିଚାଳନା କଲେ ଅପରାଧୀ । ଆଉ ସେମାନଙ୍କୁ ଧରିବାକୁ ନାକେଦମ ହେଲା ପୁଲିସ । ତେବେ କାର ସହ ୩ ଜଣ ଡକାୟତଙ୍କୁ ପୁଲିସ କାବୁ କରିଥିବାବେଳେ ୨ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ କାରରେ ୫ ଜଣ ପୁରୀକୁ ଯାଉଥିବାବେଳେ ଟୋଲ ଫିକୁ ନେଇ ପିପିଲି ଟୋଲ ଗେଟରେ କର୍ମଚାରୀ ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା ।

ଏହା ପରେ କାରରେ ଥିବା ଯୁବକମାନେ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଖବର ପାଇ ପିପିଲି ପୁଲିସର ସନ୍ଦେହ ହେବାରୁ ସେମାନେ ଉକ୍ତ କାରକୁ ପିଛା କରିଥିଲେ । ଆଉ ଉକ୍ତ କାର ସହ ତିନିଜଣ ଅପରାଧୀଙ୍କୁ ନିମାପଡା ଥାନା ଡଗରା ସାହି ନିକଟରେ ପୁରୀ,ପିପିଲି, ନିମାପଡା ଓ ଗୋପ ପୁଲିସ ମିଳିତ ଭାବେ ଧରିଛନ୍ତି । ଘଟଣାସ୍ଥଳରେ ନିମାପଡା ଓ ପିପିଲି ଏସଡ଼ିପିଓ ପହଂଚି ତଦନ୍ତ କରୁଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button