ଦେଶ

ଇସ୍ରାଏଲ ଆକ୍ରମଣରେ ଟଳିଲେ ହମାସର ଏକମାତ୍ର ମହିଳା ନେତ୍ରୀ – Ibnodisha

[ad_1]

ଗାଜା : ଇସ୍ରାଏଲ ଓ ହମାସ ଯୁଦ୍ଧ ୧୩ ଦିନରେ ପଂହଚିଛି । ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଆକ୍ରମଣରେ ହମାସର ଏକମାତ୍ର ମହିଳା ନେତ୍ରୀ ଜାମିଲା ଅଶ ଶାନ୍ତିଙ୍କ ମୃତ୍ୟୁ ଘଟିଛି । ହମାସ ପକ୍ଷରୁ ଏ ନେଇ ପୃଷ୍ଟି କରାଯାଇ ନାହିଁ । ହମାସର କୋ ଫାଉଣ୍ଡର ଅବଦେଲ ଅଜୀଜ ଅଲ ରାନ୍ତିଙ୍କ ସେ ପତ୍ନୀ ଥିଲେ । ୨୦୦୪ରେ ଇସ୍ରାଏଲ ଆକ୍ରମଣରେ ଅଜୀଜଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ୨୦୨୧ରେ ଜାମିଲାଙ୍କୁ ହମାସ ପଲିଟିକାଲ ବ୍ୟୁରୋର ସଦସ୍ୟ କରାଯାଇଥିଲା । ସେହିପରି ଲେବାନନ ହିଜବୁଲ୍ଲାହ ବେସ ଉପରେ ଇସ୍ରାଏଲ ସେନା ଘନ ଘନ ମିସାଇଲ ଆକ୍ରମଣ କରିବାରେ ଲାଗିଛନ୍ତି । ଇରାନ ରେଭୁଲେଶନାରୀ ଗାର୍ଡସ କର୍ପସର ପୂର୍ବ କମାଣ୍ଡର କାସିମ ସୁଲେମାନୀଙ୍କ ସ୍ମାରକୀକୁ ମଧ୍ୟ ଟାର୍ଗେଟ କରାଯାଇଛି । ୨୦୨୦ରେ ଆମେରିକାର ଆକ୍ରମଣରେ ସୁଲେମାନୀର ମୃତ୍ୟୁ ଘଟିଥିଲା । ଇସ୍ରାଏଲକୁ ସମର୍ଥନ ଯୋଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତେଲ ଅଭୀଭରେ ପଂହଚିଛନ୍ତି । ସେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଓ ରାଷ୍ଟ୍ରପତି ଇସହାକ ହେଜାର୍ଗଙ୍କ ସହ ସାକ୍ଷାତ କରିବେ । ଆମେରିକା ଏକ ନୂତନ ପ୍ରତିବନ୍ଧ ଇରାନ ଉପରେ ଲଗାଇଛି । ଏହା ଅନୁସାରେ ଇରାନ ବାଲେଷ୍ଟିକ ମିସାଇଲ ଓ ଡ୍ରୋନ ପ୍ରୋଗ୍ରାମ ଉପରେ କଟକଣା ଲଗାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button