ଛାତ୍ରୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲା ଦୁର୍ବୃତ୍ତ – Ibnodisha

[ad_1]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅସଦାଚଣକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲା ଯୁବକ । ଖବର ପାଇ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର କଲା ପୋଲିସ । ଛାତ୍ରୀଙ୍କ ଗୋଟିଏ ହାତ ଓ ୨ଟି ଗୋଡ଼ କଟିଯାଇଥିବା ବେଳେ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀଜଣକ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଅନୁୟାୟୀ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଗୁରୁତର ଛାତ୍ରୀ ଜଣକ ବରେଲି ଅଞ୍ଚଳର ଏକ କୋଚିଂ କ୍ଲାସକୁ ପ୍ରତିଦିନ ପଢ଼ିବାକୁ ଯାଆନ୍ତି ।
ହେଲେ ଗତ ୨ ମାସ ହେଲା ଜଣେ ଅସାମାଜିକ ଯୁବକ ତାଙ୍କୁ ଅସଦାଚରଣ କରିବା ସହ ନାନା ପ୍ରକାର ହଇରାଣ କରି ଆସୁଥିଲା । ବାରମ୍ବାର ଏଭଳି ଘଟିବା ପରେ ଛାତ୍ରୀଜଣକ ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା । ପରିବାର ଲୋକେ ଏନେଇ ସମ୍ପୃକ୍ତ ଯୁବକଙ୍କ ଘରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ମଙ୍ଗଳବାର ଦିନ ଛାତ୍ରୀ ଜଣକ କୋଚିଂ କ୍ଲାସ ଯାଇଥିବା ବେଳେ ତାଙ୍କୁ ଟ୍ରେନ୍ ଲାଇନରୁ ଗୁରୁତର ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଛାତ୍ରୀଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କର ଗୋଟିଏ ହାତ ଓ ୨ ଟା ଯାକ ଗୋଡ ଟ୍ରେନରେ କଟି ଯାଇଥିବା ବେଳେ ଶରୀରର ଅନେକ ହାଡ ଭାଙ୍ଗିଯାଇଛି । ହସ୍ପିଟାଲରେ ବେଡ୍ରେ ପଡ଼ି ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀ ଜଣକ । ତେବେ ପରିବାର ଲୋକଙ୍କ କହିବା ଅନୁୟାୟୀ, ସେହି ଯୁବକ ଜଣକ ଟ୍ରେନ ଆଗକୁ ଧକ୍କା ଦେଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛି । ଏନେଇ ଛାତ୍ରୀ ଜଣକ ପରିବାର ବର୍ଗଙ୍କୁ କହିଛନ୍ତି ।
[ad_2]



