ଦେଶ

ଚିଟଫଣ୍ଡ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଆଉ ଏକ ବଡ ଝଟକା – Ibnodisha

[ad_1]

ଅମରାବତୀ: ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଆଉ ଏକ ବଡ ଝଟକା ଲାଗିଛି । ଚିଟଫଣ୍ଡ ସଂସ୍ଥାର ଏକାଧିକ ଶାଖାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ନେଇ ପୋଲିସ ଜାରି କରିଥିବା ସମସ୍ତ ନୋଟିସକୁ ଖାରଜ କରିଦେଇଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ସେହିପରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମଧ୍ୟ କହିଛନ୍ତି ।

ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ପୋଲିସ ମାର୍ଗଦର୍ଶୀ ଚିଟଫଣ୍ଡର ଏକାଧିକ ଶାଖାର ପରିଚାଳକଙ୍କୁ ନୋଟିସ ଜାରି କରିଥିଲା । ଚିରାଲା, ବିଶାଖା ଏବଂ ସେତମପେଟ ଶାଖାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ନୋଟିସ୍ ଜାରି କରିଥିଲା ପୋଲିସ । ଏହାକୁ ଚ୍ୟାଲେଞ୍ଜ କରି ମାର୍ଗଦର୍ଶୀ ଚିଟଫଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ ସଂସ୍ଥାକୁ ବଡ ଆଶ୍ୱସ୍ତି ମିଳିବା ସହ ଆନ୍ଧ୍ର ପ୍ରଦେଶ ପୋଲିସକୁ ମଧ୍ୟ ବଡ ଝଟକା ଦେଇଛନ୍ତି କୋର୍ଟ । ଆକାଉଣ୍ଟ ଫ୍ରିଜ କରିବା ନେଇ ଜାରି କରାଯାଇଥିବା ସମସ୍ତ ପୋଲିସ ନୋଟିସକୁ କୋର୍ଟ ଅବୈଧ ଦର୍ଶାଇବା ସହ ଏହାକୁ ଖାରଜ ମଧ୍ୟ କରିଦେଇଛନ୍ତି ।

ଆଜି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଅନ୍ୟ ଏକ ମାମଲାରେ ମଧ୍ୟ ମାର୍ଗଦର୍ଶୀ ଚିଟଫଣ୍ଡକୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଅଂଶଧନ ଜାଲିଆତି ମାମଲାରେ ସଂସ୍ଥାକୁ ବଡ ଆଶ୍ୱସ୍ତି ମିଳିଛି । ଏହି ଅଭିଯୋଗରେ ମାମଲା ରୁଜୁ କରିଥିବା ଆନ୍ଧ୍ର ପ୍ରଦେଶ ସିଆଇଡିର କାର୍ଯ୍ୟାନୁଷ୍ଠାନ ଉପରେ ୮ ସପ୍ତାହ ସ୍ଥଗିତାଦେଶ ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଜଣେ ପୂର୍ବ ନିବେଶକଙ୍କ ଅଭିଯୋଗ କ୍ରମେ ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ସିଆଇଡି ମାର୍ଗଦର୍ଶୀ ଚିଟପଣ୍ଡ ଅଧ୍ୟକ୍ଷ ରାମୋଜୀ ରାଓ ଓ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସିଏଚ ଶୈଳଜା କିରଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ମାର୍ଗଦର୍ଶୀ ଚିଟଫଣ୍ଡ । ଏହି ରାୟ ସହିତ ସମାନ୍ତରଳ ଭାବେ ସଂସ୍ଥାର ଶାଖା ଗୁଡିକୁ ଜାରି କରାଯାଇଥିବା ବ୍ୟାଙ୍କ ଫ୍ରିଜ ନୋଟିସକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button