ଦେଶ

ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍‌ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ – Ibnodisha

[ad_1]

ବ୍ୟୁରୋ : ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଗାଜାରେ ରହୁଥିବା ପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟ ଶେଷରେ ଖୋଲିଛି ନିଜର ସୀମା। ଇଜିପ୍ଟ ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କ ପାଖରେ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ଆରମ୍ଭ ହୋଇଛି। ଏହାଦ୍ୱାରା ଯୁଦ୍ଧ ପୀଡିତଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ମିଳିତ ଜାତିସଂଘ, ଆମେରିକା ଏବଂ ଭାରତ ସମେତ ଅନେକ ଦେଶ ତରଫରୁ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଯାଇଛି। କିନ୍ତୁ ଗାଜାରେ ପ୍ରବେଶ କରିବାର ରାସ୍ତା ନ ମିଳିବାରୁ ଶହ ଶହ ଟ୍ରକ ସୀମାରେ ଅଟକି ରହିଥିଲା। ବର୍ତ୍ତମାନ ଇଜିପ୍ଟ ମାନବିକତା ଦୃଷ୍ଟିରୁ ଗାଜା ସୀମା ଖୋଲି ଦେଇଛି।ସୂଚନା ଅନୁସାରେ, ଇଜିପ୍ଟ ଏବଂ ଗାଜା ସୀମା ଶନିବାର ଖୋଲା ଯାଇଛି, ଯାହାପରେ ଇସ୍ରାଏଲ ଘେରାଉ କରିଥିବା ଅଞ୍ଚଳରେ ଖାଦ୍ୟ, ଔଷଧ ଏବଂ ଜଳ ଅଭାବରେ ଜୁଝି ହେଉଥିବା ପାଲେଷ୍ଟାଇନବାସୀଙ୍କୁ ସହାୟତା ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। କହି ରଖୁଛୁ ଯେ ଗାଜା ଯିବା ପାଇଁ ୨୦୦ରୁ ଅଧିକ ଟ୍ରକ୍ ପାଖାପାଖି ୩,୦୦୦ ଟନ୍‌ ସହାୟତା ସାମଗ୍ରୀ ଧରି ଅନେକ ଦିନ ଧରି ସୀମାରେ ଅପେକ୍ଷା କରି ରହିଥିଲେ।ଗାଜା ଉପରେ ହୋଇଥିବା ଆକ୍ରମଣ ଯୋଗୁ ଲୋକମାନେ ଭୋକ, ଶୋଷ ଏବଂ ଔଷଧ ପାଇଁ ଡହଳବିକଳ ହେଉଛନ୍ତି। ଖାଦ୍ୟ, ପାନୀୟ ଜଳାଭାବ ସହ ସଂଘର୍ଷ କରୁଥିବା ଗାଜାର ଅନେକ ଲୋକ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି। ଯୁଦ୍ଧ ମଧ୍ୟରେ ଶହ ଶହ ବିଦେଶୀ ନାଗରିକ ମଧ୍ୟ ଗାଜାରୁ ଇଜିପ୍ଟ ଯିବା ପାଇଁ ସୀମା ଖୋଲିବାକୁ ଅପେକ୍ଷା କରିଥିଲେ। ଏବେ ଯୁଦ୍ଧ ପୀଡ଼ିତଙ୍କୁ ବଡ଼ ଆଶ୍ୱସ୍ତି ମିଳିବା ଆରମ୍ଭ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button