ଅପରାଧ

ମାମୁଁ ଭଣଜା ଘାଇର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

 

IBN ଓଡିଶା (ବ୍ୟୁରୋ)ଯାଜପୁର:ଧର୍ମଶାଳା:-

ଯାଜପୁର ଧର୍ମଶାଳା ର ବହୁ ଚର୍ଚ୍ଚିତ ମାମୁଁ ଭଣଜା ଘାଇର ଭିଜିଲାନ୍ସ ତଦନ୍ତ ନେଇ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସପି ପାହ୍ୟାର ପୋଲିସ ଅଧିକାରୀ ଏହାକୁ ତଦନ୍ତ କରିବେ। ଦୁଇ ମାସ ଭିତରେ ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ରମାପୁର ର କେଲୁଅ ନଦୀରେ କୃତ୍ରିମ ଘାଇ ସୃଷ୍ଟି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ଜେଇଇ ମାମୁଁଙ୍କ ନରେନ ଜେନା ଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା।ତେବେ ଗତ କିଛି ଦିନ ତଳେ ଦୁର୍ବୃତ୍ତ ଡିନାମାଇଟ୍ ଲଗାଇ 300 ଫୁଟ୍ ଘାଇ କରିଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ମନୁଷ୍ୟକୃତ ଘାଇ କଥା ମାନିଥିଲେ। ଘାଇ ମନୁଷ୍ୟକୃତ ବୋଲି ଜିଲ୍ଲାପାଳ ସ୍ଵୀକାର କରିଥିଲେ। ଠିକାଦାରୀ ପାଇଁ ଘାଇ ସୃଷ୍ଟି ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତ 5 ମାସ ତଳେ କୃତ୍ରିମ ଘାଇ ସୃଷ୍ଟି କରିଥିଲେ। ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ସତ୍ତ୍ଵେ ଦୋଷୀ ଧରା ପଡିନାହାଁନ୍ତି। ଯାହାକୁ ନେଇ ଉଭୟ ବିରୋଧୀ ସାଧାରଣ ଜନତା ଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଥିଲେ।ତେବେ ଦେଖିବାକୁ ବାକି ରହିଲା ସାତ ପଂଚାୟତ ର ଲୋକଙ୍କୁ ଜଳବନ୍ଦୀ ରେ ରଖିଥିବା ଏଭଳି ଦଲାଲ ,ଚୋର ଆଉ ଟାଉଟର ଙ୍କୁ କେଉଁ ପ୍ରକାର ଶାସ୍ତି ଦିଆଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button