ଅପରାଧ

ଜମି ବିବାଦକୁ ନେଇ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ହତ୍ୟା – Ibnodisha

[ad_1]

ଜୟପୁର: ଭୟଙ୍କର ଛାତି ଧରିବା ଭଳି ଘଟଣା । କ୍ରୋଧ ଯେ କେତେ ଭୟଙ୍କର ହୋଇପାରେ । ରାଗରେ ମଣିଷ ହିତାହିତ ଜ୍ଞାନ ଭୁଲି ଯାଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର । ଜିମି ବିବାଦକୁ ନେଇ ଜଣେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢ଼ାଇ ଦିଆଯାଇଥିବା ଭିଡିଓ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ରାଜସ୍ଥାନର ଭରତପୁର ଜିଲ୍ଲା ବାୟାନା ଅଞ୍ଚଳର ଆଦା ଗ୍ରାମରେ ଏହି ଭୟଙ୍କର ଘଟଣା ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟେ ଜମିକୁ ନେଇ ବିବାଦ ଉପୁଜିଥିଲା । ଏହାକୁ ଗୋଟିଏ ଗୋଷ୍ଠୀର ଜଣେ ଅନ୍ୟ ଗୋଷ୍ଠୀର ଜଣଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା କରିଛି।

ଗୋଟିଏ ଥର ନୁହେଁ ବରଂ ଆଗ ପଛ କରି ୮ ଥର ଯୁବକଙ୍କ ଉପରେ ଟ୍ରାକ୍ଟର ଚଢାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ପରିବାର ଚିତ୍କାର ଚିତ୍କାର କରିଥିଲେ ମାତ୍ର ଟ୍ରାକ୍ଟର ଚାଳକ ଜଣକ ଶୁଣି ନଥିଲେ । ଅତ୍ୟନ୍ତ ଦୁଃଖଦାୟକ ଖବର ଏହା ଯେ ସେଠି ଉପସ୍ଥିତ କିଛି ଲୋକ ଯୁବକଙ୍କୁ ବଞ୍ଚାଇବା ପରିବର୍ତ୍ତେ ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ । ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା । ଶେଷରେ ହତ୍ୟାକାଣ୍ଡ ଘଟିଥିଲା ।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ବାହାଦୂର ଓ ଅଟର ସିଂହ ଗୁର୍ଜାର ନାମକ ଦୁଇ ଜଣଙ୍କ ମଧ୍ୟରେ ଜମିକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ୪ ଦିନ ହେବ ସେମାନଙ୍କର ଝଗଡା ଲାଗି ରହିଥିଲା । ସାଦାର ପୋଲିସ ଷ୍ଟେସନରେ ଦୁଇ ପକ୍ଷ ପରସ୍ପର ନାମରେ ଅଭିଯୋଗ କରିଥିଲେ ମାତ୍ର ଆଜି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଝଗଡା ହୋଇଥିଲା ତାହା ଉଗ୍ରରୂପ ନେଇଥିଲା । ବାହାଦୂର ସିଂହ ପକ୍ଷ ଟ୍ରାକ୍ଟର ନେଇ ବିବାଦୀୟ ଜମିକୁ ଖୋଳିବାକୁ ଯାଇଥିଲେ । ଅଟର ସିଂହ ଗୁର୍ଜାର ପରିବାର ଏହାକୁ ବିରୋଧ କରିଥିଲେ । ୪୫ ବର୍ଷୀୟ ନିର୍ପାଠ ସିଂହ ଗୁର୍ଜାର ଟ୍ରାକ୍ଟର ଅଟକାଇଥିଲେ । ମାତ୍ର ଟ୍ରାକ୍ଟର ଚାଳକା ତାଙ୍କୁ ଚାପି ଦେଇଥିଲା । ଯୁବକଙ୍କ ଉପରେ ଆଗ ପଛ କରି ୮ ଥର ଟ୍ରାକ୍ଟର ଚଢାଇ ଥିବା ଦେଖିବାକୁ ମିଳିଛି । ସାଦାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button