ଅପରାଧ

ପ୍ରେମର ଭୟଙ୍କର ଚିତ୍ର; ଘରକୁ ଡକାଇ ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ – Ibnodisha

[ad_1]

ପାଟନା: ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ବେଳେବେଳେ ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିହାରର ମୁଜଫରପୁରରୁ ଆସିଛି ଛାତିଥରା ଖବର । ଯୁବକଙ୍କ ଗୁପ୍ତାଙ୍ଗ କାଟିଲା ପ୍ରେମିକାର ଭାଇ । ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ପୀଡିତ ଯୁବକଙ୍କ ବାପା । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ । ପୀଡ଼ିତଙ୍କ ବାପା ଅଭିଯୋଗରେ କହିଛନ୍ତି, ‘ମୋର ପୁଅ ଓ ଏକ ଯୁବତୀଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଏ ସମ୍ପର୍କକୁ ଯୁବତୀଙ୍କ ପରିବାରଲୋକ ଗ୍ରହଣ କରୁ ନଥିଲେ । ସେମାନେ ମୋ ପୁଅକୁ ଝିଅ ମାଧ୍ୟମରେ ଡକାଇ ତାର ଏଭଳି ଅବସ୍ଥା କରିଛନ୍ତି । କିଛିଦିନ ତଳେ ଯୁବତୀ ମୋର ପୁଅକୁ ଫୋନ କରି କହିଥିଲା କି ତା ବାପାଙ୍କ ହୃତଘାତ ହୋଇଛି ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିବ ।

ପୁଅ ଯୁବତୀଙ୍କ ଠାରୁ ଏଭଳି ଫୋନ କଲ ପାଇ ତୁରନ୍ତ ଯାଇ ତାଙ୍କ ଘରେ ପହଞ୍ଚିଯାଇଥିଲା । ଯୁବତୀଙ୍କ ଘରେ ମୋ ପୁଅ ପହଞ୍ଚିବା ପରେ ତାର ଭାଇ ଧାରୁଆ ଅସ୍ତ୍ରରେ ମୋ ପୁଅର ଗୁପ୍ତାଙ୍ଗ କାଟି ଦେଇଥିଲା । ଏହି ସମୟରେ ଯୁବତୀଙ୍କ ମାଆ ଓ ବାପା ଉଭୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।’ ସେପଟେ ଏହି ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି, ‘ ଅଭିଯୋଗ ମୁତାବକ ଯୁବତୀଙ୍କ ଭାଇ, ମାଆ ଓ ବାପାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏଥିସହିତ ଯୁବତୀଙ୍କୁ ଏହି ଘଟଣା ବିଷୟରେ ପଚାରିବାରୁ ସେ କହିଛି ‘ମୋତେ ଘରଲୋକ ଧମକ ଦେଇ ଅର୍ଜୁନ କୁମାରଙ୍କୁ ଡାକିବାକୁ କହିଥିଲେ । ମୁଁ ଘର ଲୋକଙ୍କ କଥାରେ ଅର୍ଜୁନଙ୍କୁ ମିଛ କହି ଘରକୁ ଡାକିଥିଲି । ଅର୍ଜୁନ ଘରେ ପହଞ୍ଚିବା ପରେ ଭାଇ ତାଙ୍କର ଏଭଳି ଅବସ୍ଥା କରିବ ବୋଲି ମୁଁ ଜାଣି ନଥିଲି ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button