ଅପରାଧ

ମାଲାୟଲାମ୍ ଅଭିନେତ୍ରୀ ରେଞ୍ଜୁଶାଙ୍କ ଆତ୍ମହତ୍ୟା – Ibnodisha

[ad_1]

ତିରୁଅନନ୍ତପୁରମ :  ମାଲାୟଲମ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ସୋମବାର ସକାଳେ ତାଙ୍କର ତିରୁଅନନ୍ତପୁରମସ୍ଥିତ ଫ୍ଲାଟ୍‌ରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ୩୫ ବର୍ଷୀୟା ରେଞ୍ଜୁଶା ଉକ୍ତ ଫ୍ଲାଟ୍‌ରେ ସ୍ୱାମୀ ମନୋଜଙ୍କ ସହ ବାସ କରୁଥିଲେ । ଟିଭି ଆଙ୍କରଭାବେ କ୍ୟାରିୟର ଆରମ୍ଭ କରିଥିବା ରେଞ୍ଜୁଶା ପରବର୍ତ୍ତୀ ସମୟରେ ଏକାଧିକ ଲୋକପ୍ରିୟ ଟିଭି ସିରିଏଲ ଓ ମାଲାୟଲମ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସିତ ହୋଇସାରିଛନ୍ତି । ଏହାବ୍ୟତୀତ କେତେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜନା କରିଛନ୍ତି । ଆର୍ôଥକ ସଙ୍କଟ ଯୋଗୁଁ ରେଞ୍ଜୁଶା ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାଯୋଗ୍ୟ ଗତମାସରେ ଅପର୍ଣ୍ଣା ନାମ୍ନୀ ଜଣେ ମାଲାୟଲମ ଅଭିନେତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ ।

The post ମାଲାୟଲାମ୍ ଅଭିନେତ୍ରୀ ରେଞ୍ଜୁଶାଙ୍କ ଆତ୍ମହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button