ଦେଶ

ସ୍ୱିଜରଲ୍ୟାଣ୍ଡ ଗର୍ଲଫ୍ରେଣ୍ଡକୁ ଭାରତକୁ ଡାକି ହତ୍ୟା; ରାସ୍ତାକଡ଼ରେ ଫିଙ୍ଗିଲା ମୃତଦେହ – Ibnodisha

[ad_1]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସ୍ୱିଜରଲ୍ୟାଣ୍ଡ ନାଗରିକ ମହିଳାଙ୍କ ହତ୍ୟା ଅଭିଯୋଗ । ଏହି ବିଦେଶିନୀଙ୍କ ମୃତଦେହକୁ ତିଲକ ନଗର ଅଞ୍ଚଳର ଏମସିଡି ସ୍କୁଲ ନିକଟରୁ ଉଦ୍ଧାର କରିବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣକ ସ୍ୱିଜରଲ୍ୟାଣ୍ଡ ନାଗରିକଙ୍କ ପ୍ରେମିକା ବୋଲି ଜଣାପଡ଼ିଛି । ଏମସିଡି ସ୍କୁଲ ନିକଟରୁ ଜଣେ ମହିଳାଙ୍କ ମୃତଦେହକୁ ଠାବ କରିଥିଲେ ପଥିକ । ଏହାପରେ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ହାତଗୋଡ଼ ମେଟାଲ ଚେନରେ ବନ୍ଧା ଥିବା ଜଣେ ବିଦେଶିନୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ମହିଳାଙ୍କ ମୃତଦେହକୁ ଏକ ପ୍ଲାଷ୍ଟିକ ଜରିରେ ବନ୍ଧା ଯାଇଥିଲା ।

ଟଣା ସମ୍ପର୍କରେ ଜାଣିବା ଲାଗି ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । କେହି ଦୁର୍ବୃତ୍ତ କାରରେ ଆସିବା ପରେ ଏଠାରେ ମୃତଦେହ ଫିଙ୍ଗି ଚାଲିଯାଉଥିବା ଫୁଟେଜରେ ଦେଖିବାକୁ ମିଳିଥିଲା । ପୋଲିସର କହିବା ଅନୁସାରେ ଉକ୍ତ ମହିଳା ଜଣକ ପୂର୍ବରୁ ମୃତ ଅବସ୍ଥାରେ ଥିବା ବେଳେ ତାଙ୍କୁ ଖାଲି ଫିଙ୍ଗିବା ଲାଗି ସେଠାକୁ ଅଣାଯାଇଥିଲା । ଘଟଣାର ଗୋଟିଏ ଦିନ ପରେ ଅର୍ଥାତ ଆଜି ପୋଲିସ ସମ୍ପୃକ୍ତ କାରକୁ ଜବତ କରିଛି । ଏହାପରେ ଅଭିଯୁକ୍ତ ଗୁରପ୍ରୀତକୁ ଗିରଫ କରିଛି ପୋଲିସ । ପଚରାଉଚରା ସମୟରେ ଅଭିଯୁକ୍ତ ଗୁରପ୍ରୀତ କହିଥିଲେ ଯେ ସେ ଏକ ସୋସିଆଲ ନେଟୱର୍କିଂ ସାଇଟ ଜରିଆରେ ପ୍ରାୟ ୪ ବର୍ଷ ପୂର୍ବେ ଉକ୍ତ ମହିଳାଙ୍କୁ ଭେଟିଥିଲେ । ଏହାପରେ ଉଭୟ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ । ଏହି ବନ୍ଧୁତା ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଉକ୍ତ ମହିଳାଙ୍କ ଅନ୍ୟ ଜଣେ ପ୍ରେମିକ ଥିବା ଜାଣି ସେ ତାକୁ ହତ୍ୟା କରିଥିବା କହିଛନ୍ତି।

ପ୍ରଥମେ ଭେଟିବା ବାହାନାରେ ପ୍ରେମିକାକୁ ଭାରତ ଡାକିଥିଲେ । ଏହାପରେ ତାଙ୍କ ହାତଗୋଡ଼ ବାନ୍ଧି ଗଳା ଚିପି ହତ୍ୟା କରିଥିବା ଅଭିଯୁକ୍ତ ଜଣକ କହିଛନ୍ତି । ସେପଟେ ୱେଷ୍ଟ ଡିସିପି ବିଚିତ୍ର ବୀରଙ୍କ କହିବା ଅନୁସାରେ ସକାଳ ପ୍ରାୟ ୮.୪୫ରୁ ୯ଟା ମଧ୍ୟରେ ମୃତଦେହ ସମ୍ପର୍କରେ ଖବର ପାଇବା ପରେ ତିଲକ ନଗର ପୋଲିସ ସେଠାରେ ପହଞ୍ଚିଥିଲା । ଏହାପରେ ପୋଲିସ ୩୦୨ ଓ ୨୦୧ ଜରିଆରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ କାର ମାଲିକ ନିକଟରେ ପହଞ୍ଚିଥିଲା । ମାତ୍ର ଅଭିଯୁକ୍ତ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇବା ଲାଗି ଅନ୍ୟ ଜଣକ କାରରେ ମୃତଦେହ ନେଇଥିଲା । ତେବେ ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଗୁରପ୍ରୀତ ନିକଟରେ ପହଞ୍ଚିଥିଲା । ଗୁରପ୍ରୀତକୁ ଜାନକପୁରି ଠାରେ ଗତକାଲି ରାତିରେ ଗିରଫ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button