ଦେଶ

ରାହୁଲ ଗାନ୍ଧିଙ୍କୁ ଜୟଶଙ୍କରଙ୍କ କଟାକ୍ଷ: ‘ବେଳେବେଳେ ଆପଣ ନିଜକୁ ପ୍ରକାଶ କରିଦିଅନ୍ତି…’ – Ibnodisha

[ad_1]

ରାହୁଲ ଗାନ୍ଧିଙ୍କ ବିଆର୍‌ଆଇ ମନ୍ତବ୍ୟ ଉପରେ ଜୟଶଙ୍କରଙ୍କ ସମାଲୋଚନା

ନୂଆଦିଳ୍ଲୀ: ନିକଟରେ ବ୍ରସେଲ୍ସ ଗସ୍ତ ସମୟରେ ଚୀନ୍‌ର ବେଲ୍ଟ ଆଣ୍ଡ୍‌ ରୋଡ୍ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ବେଳେବେଳେ ଆପଣ ଭୁଲବଶତଃ ନିଜର ବାସ୍ତବ ସ୍ଥିତି ପ୍ରକାଶ କରିଦିଅନ୍ତି’ ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ଆଭ୍ୟନ୍ତରୀଣ ଭାବନା ପଦାକୁ ଆସିଯାଏ। ଇଣ୍ଡିଆ ଟିଭିର କାର୍ଯ୍ୟକ୍ରମ ‘ଆପ୍ କି ଅଦାଲତ’ରେ ଏହାର ମୁଖ୍ୟ ସମ୍ପାଦକ ତଥା ଅଧ୍ୟକ୍ଷ ରଜତ ଶର୍ମାଙ୍କ ସହ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରାହୁଲ ଗାନ୍ଧିଙ୍କ ବ୍ରସେଲ୍ସ ଗସ୍ତ ଉପରେ ପ୍ରତିକ୍ରିୟା ରଖିଥିଲେ, ଯେଉଁଠାରେ ସେ ‘ବେଲ୍ଟ ଆଣ୍ଡ ରୋଡ୍’ ଅଭିଯାନ ସମେତ ଚୀନ୍‌ର ଦୃଷ୍ଟିକୋଣ ଉପରେ ପ୍ରଶଂସାମୂଳକ ମନ୍ତବ୍ୟ ଦେଇଥିଲେ ଓ ଭାରତର ନିନ୍ଦା କରିଥିଲେ।

ଜୟଶଙ୍କର କହିଥିଲେ, ଯେତେବେଳେ ଆମ ଇତିହାସର ସବୁଠାରୁ ବଡ଼ ସମ୍ମିଳନୀ (ଜି-୨୦) ଦିଲ୍ଲୀରେ ହେଉଥିଲା, ଯାହାକୁ ସମସ୍ତେ ପ୍ରଶଂସା କରିବା କଥା, ସେତେବେଳେ ସେ ବାହାରକୁ ଯାଇ ସମାଲୋଚନା କରୁଛନ୍ତି। କିନ୍ତୁ ମୁଁ ଯାହା କହିବାକୁ ଚାହେଁ ତାହା ହେଉଛି – ବେଳେବେଳେ ଆପଣ ଭୁଲରେ ନିଜର ଅସଲ ସ୍ଥିତି ପ୍ରକାଶ କରିଦିଅନ୍ତି। ଚାଇନିଜ୍ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ପ୍ରୋଜେକ୍ଟ ଭଳି। ଏହା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଦେଇ ଯାଇଛି। ଯେତେବେଳେ ଆପଣ ବେଲ୍ଟ ଆଣ୍ଡ ରୋଡ୍ ବିଷୟରେ କହୁଛନ୍ତି, ଆପଣ ଦୁଇଟି ଶବ୍ଦ ମଧ୍ୟ କହୁନାହାନ୍ତି ଯେ, ଏହା ଆମର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ। ତେଣୁ ଆପଣ ଦେଖନ୍ତୁ, ଏହାଦ୍ବାରା ଆପଣଙ୍କ ଆଭ୍ୟନ୍ତରୀଣ ଭାବନା କିପରି ପଦାକୁ ଆସିଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ୨୦୧୭ରେ ଭାରତ-ଭୁଟାନ-ଚୀନ୍‌ ସୀମାରେ ଡୋକଲାମରେ ବିବାଦ ଲାଗି ରହିଥିଲା। ସେହି ସମୟରେ ସେ (ରାହୁଲ) ଦିଲ୍ଲୀରେ ଚୀନ୍ ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଥିଲେ। ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ କାରଣ ସେହି ସମୟରେ ଆମ ସଶସ୍ତ୍ର ବାହିନୀ ଚୀନ୍ ସୈନ୍ୟଙ୍କ ସହ ମୁହାଁମୁହିଁ ହୋଇଥିଲା। ଯଦି ସେ ବ୍ରିଫିଂ ଚାହୁଥାନ୍ତେ, ତେବେ ସେ ଆମକୁ ଫୋନ୍ କରିପାରିଥାନ୍ତେ। ସେତେବେଳେ ମୁଁ ବୈଦେଶିକ ସଚିବ ଥିଲି। ମୁଁ ରାଜନୀତିରେ ନଥିଲି। ଚୀନ୍ ରାଷ୍ଟ୍ରଦୂତଙ୍କଠାରୁ ବ୍ରିଫିଂ ନେବାର ଆବଶ୍ୟକତା କ’ଣ ଥିଲା ବୋଲି ଜୟଶଙ୍କର ପ୍ରଶ୍ନ କରିଛନ୍ତି।

ନିକଟରେ ବ୍ରସେଲ୍ସ ଗସ୍ତ ଅବସରରେ ରାହୁଲ ଗାନ୍ଧ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ଏହା ସ୍ପଷ୍ଟ ଯେ ଚୀନ୍ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଓ ଦର୍ଶନର ପ୍ରସ୍ତାବ ଦେଉଛି… ସେମାନେ ବେଲ୍ଟ ଆଣ୍ଡ ରୋଡ୍‌ର ଅବଧାରଣା ରଖିଛନ୍ତି… ଏବଂ ସେମାନେ ଏହା କରିବାକୁ ସକ୍ଷମ ହେବାର ଗୋଟିଏ କାରଣ ହେଉଛି ସେମାନେ ବିଶ୍ୱସ୍ତରୀୟ ଉତ୍ପାଦନର ଏକ କେନ୍ଦ୍ରରେ ପରିଣତ ହୋଇଛନ୍ତି … କିନ୍ତୁ ଆମ ତରଫରୁ କୌଣସି ବିକଳ୍ପ ଦୃଷ୍ଟିକୋଣ ଆସୁଥିବା ମୁଁ ଦେଖୁନାହିଁ … ତାହା ହେଉଛି ଗଣତାନ୍ତ୍ରିକ ପଦ୍ଧତିରେ ଉତ୍ପାଦନ ପାଇଁ ଏକ ଦୃଷ୍ଟିକୋଣ … ଚୀନ୍ ମୂଳତଃ ଯାହା ଦେଖାଇଛି ତାହା ହେଉଛି ଏକ ସମନ୍ୱିତ ପରିବେଶରେ ପ୍ରଭାବଶାଳୀ ଭାବରେ ଉତ୍ପାଦନ କରିବା।’ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ଅନେକ ଭାରତ ବିରୋଧୀ ବୋଲି ଆଖ୍ୟା ଦେଇଥିଲେ।

ନିକଟରେ ଲଦାଖ ଏବଂ ପାଙ୍ଗୋଙ୍ଗ ସୋ ହ୍ରଦ ଗସ୍ତ ସମୟରେ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ଚୀନ୍ ସେଠାରେ ଆମ ଅଞ୍ଚଳର ହଜାର ହଜାର ବର୍ଗ କିଲୋମିଟର ଅଞ୍ଚଳ ଦଖଲ କରିଛି ବୋଲି ରାହୁଲ କହିଛନ୍ତି। ୧୯୫୯ ମସିହାରେ ଚୀନ୍ ଆସିଥିଲା ଏବଂ ୧୯୬୨ ବେଳକୁ ସେମାନେ ଏହି ଅଞ୍ଚଳକୁ ଦଖଲ କରିନେଇଥିଲେ। ଏଠାରେ ଏକ ପ୍ରସିଦ୍ଧ ସ୍ଥାନ ଖୁର୍ନାକ ଦୁର୍ଗ (ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ) ଅଛି ଯାହାକୁ ସେମାନେ ଦଖଲ କରିନେଇଥିଲେ। ୧୯୬୨ମସିହାରେ ଆମେ ଚୀନ୍‌ ଦ୍ବାରା ୩୮,୦୦୦ ବର୍ଗ କିଲୋମିଟର ଅଞ୍ଚଳ ହରାଇଥିଲୁ। ସେହି ସମୟରେ ସେମାନେ ଚିନ୍ତିତ ହେବା ଉଚିତ ଥିଲା। ଯେତେବେଳେ ସେମାନେ ଚୀନ୍‌କୁ ଅଲିମ୍ପିକ୍ସ ସମୟରେ ଗସ୍ତ କରିଥିଲେ, ସେତେବେଳେ ସେମାନଙ୍କ ସହିତ ଆଲୋଚନା କରିବା ଉଚିତ ଥିଲା। ମୁଁ ଜାଣେ ନାହିଁ ଯେ ସେମାନେ ଅଞ୍ଚଳ ବିଷୟରେ ଆଲୋଚନା କରିଛନ୍ତି କି ନାହିଁ। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ୨୦୦୮ ବେଜିଂ ଅଲିମ୍ପିକ୍ସ ଗସ୍ତକୁ ନେଇ ସେ ଏହା କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button