ରାଜ୍ୟ

ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ – Ibnodisha

[ad_1]

ରାଇରଙ୍ଗପୁର: ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅନ୍ତର୍ଗତ ସମାଇଡିହି ଗ୍ରାମରେ ।ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ସ୍ୱାମୀରୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧିନସ୍ଥ ସମାଇଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସମାଇଡିହି ଗ୍ରାମରେ ରହୁଥିବା ରାଜୁ ଭକ୍ତା ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭକ୍ତାଙ୍କୁ ଏକ ଶାବଳରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଉଭୟ ରାଜୁ ଭକ୍ତା ଓ ଲକ୍ଷ୍ମୀ ଭକ୍ତାଙ୍କ ଘର ଟିଆଁସୀ ଗ୍ରାମରେ ହୋଇଥିବା ଥିବାବେଳେ ଦୁହେଁ ନିଜ ପିଉସୀ ଘର ସମାଇଡିହି ଗ୍ରାମକୁ ଆସିଥିଲେ । ସେଠାରେ ଅଘଟଣ ଘଟିବାର ରାତିରେ କୌଣସି କାରଣରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଖାଇ ପିଇ ଶୋଇ ପଡ଼ିଥିଲେ ।

ହେଲେ ବିଳମ୍ବିତ ରାତିରେ ରାଜୁ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀର ମୁଣ୍ଡକୁ ଶାବଳରେ ଆକ୍ରମଣ କରି ଚାଲି ଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା । ତେବେ ମଙ୍ଗଳବାର ସକାଳେ ଲକ୍ଷ୍ମୀକୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ରାଜୁର ପିଉସୀଙ୍କ ଘର ଲୋକେ ମୋରୋଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରୋଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ଘଟଣାର ତଦନ୍ତ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇଥିଲେ । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳକୁ ଜବତ କରିବା ସହ ଅଭିଯୁକ୍ତ ରାଜୁ ଭକ୍ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ତେବେ ମୋରୋଡା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ରାଜୁକୁ ପଚରାଉଚରା କରୁଥିବା ଜଣାପଡିଛି । ଆଜି ଅଭିଯୁକ୍ତ ରାଜୁକୁ ବାରିପଦା କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button