ରାଜ୍ୟ

ବାଲିଯାତ୍ରା ଷ୍ଟଲ ପାଇଁ ଅକ୍ଟୋବର ୩୦ ତାରିଖରୁ ପଞ୍ଜିକରଣ – Ibnodisha

[ad_1]

କଟକ: ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ । ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆରେ ୮ ଦିନ ଧରି ଚାଲିବ ଯାତ୍ରା । ବାଲିଯାତ୍ରା ଷ୍ଟଲ ପାଇଁ ପଞ୍ଜିକରଣ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ହେବ ।

ସାଧାରଣ ବ୍ଯବସାୟୀଙ୍କ ପଞ୍ଜିକରଣ ୪ ନଭେମ୍ବରରୁ ୧୦ ନଭେମ୍ବର ପର୍ଯ୍ଯନ୍ତ ଚାଲିବ । ୧୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା । ସାଧାରଣ ବ୍ଯବସାୟୀଙ୍କ ପାଇଁ ବର୍ଗଫୁଟ ସର୍ବନିମ୍ନ ୫୦ ଟଙ୍କା ରଖାଯାଇ ଥିବାବେଳେ ପୃଷ୍ଠପୋଷକଙ୍କ ପାଇଁ ବର୍ଗଫୁଟ ୫୦୦ ଟଙ୍କା ରହିଛି । ଉଠାଦୋକାନୀ ଏକ ହଜାର ଟଙ୍କା ଦେଇ ବ୍ଯବସାୟ କରିବେ । ଦୋଳି ଓ ଖେଳ ବ୍ଯବସାୟୀମାନେ ୨୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ । ସେମାନେ ୩୦ ଟଙ୍କା ବର୍ଗଫୁଟ ନିଲାମରେ ଭାଗ ନେବେ  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button