ମନୋରଞ୍ଜନ

ହେଲା ‘ରେଲୱେ ମ୍ୟାନ୍’ର ଟିଜର ରିଲିଜ – Ibnodisha

[ad_1]

ମୁମ୍ବାଇ : ୱେବ୍ ସିରିଜ୍ ପ୍ରେମୀଙ୍କ ପାଇଁ ଖୁବ ଜଲଦି ଆସିବାକୁ ଯାଉଛି ‘ରେଲୱେ ମ୍ୟାନ୍’ । ଏହା ଅଭିନେତା ଆର ମାଧବନଙ୍କ ଏକ ନୂଆ ୱେବ୍ ସିରିଜ୍ । ଏଥିରେ ଆର ମାଧବନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ କେ.କେ ମେନନ୍, ଆର ମାଧବନ୍ ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନ୍ । ଏହି  ୱେବ୍ ସିରିଜ୍ ର ପୁରା ନାମ ହେଉଛି ‘ରେଲୱେ ମ୍ୟାନ୍ – ଭୋପାଳ ୧୯୮୪ ଅନଟୋଲ୍ଡ ଷ୍ଟୋରୀ’ । ଏବଂ ଏହାକୁ ୪ ଟି ଏପିସୋଡରେ ପ୍ରସାରିତ କରାଯିବ ।  ଏହାର ନିର୍ମାତା ଏହି  ୱେବ୍ ସିରିଜ ର ଟିଜର ଭିଡିଓ ସେୟାର କରିଛନ୍ତି । ଏହା ସହିତ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆର ମାଧବନଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କ ପ୍ରଥମ ଝଲକ  ‘ ରେଲୱେ  ମ୍ୟାନ୍’ର ଟିଜରରେ ମଧ୍ୟ ଦେଖିବାକୁ ମିଳିଛି । ଏହି ୱେବ୍ ସିରିଜ୍ ଟି ମର୍ମତୁନ୍ଦ ଭୋପାଲ ଗ୍ଯାସ ଦୁର୍ଘଟଣା ଉପରେ ଆଧାରିତ । ଯେଉଁମାନେ ଭୋପାଳ  ଗ୍ଯାସ ଦୁର୍ଘଟଣାରେ ଲୋକମାନଙ୍କ ଜୀବନ ରକ୍ଷା କରିଥିଲେ । ଏହି ୱେବ୍ ସିରିଜ୍ କୁ ୧୮ ନଭେମ୍ବର ୨୦୨୩  ରୁ ଓଟିଟି ରେ ରିଲିଜ କରାଯିବ । ଦର୍ଶକମାନେ ଏହାକୁ ନେଟଫ୍ଲିକ୍ସରେ ଦେଖିବାକୁ ପାଇବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button