ରାଜ୍ୟ

ଅନୁଚିନ୍ତା – Ibnodisha

[ad_1]

ସମୟ ଅନୁସାରେ ହିଁ ପ୍ରତିଟି ଜିନିଷର ମୂଲ୍ୟ ଜଣା ପଡିଥାଏ।
ପିଲାଦିନେ ପିତାମାତାଙ୍କ ଠାରୁ ଖାଇଥିବ ମାଡ଼ ଗାଳି ମଧ୍ୟ ବଡ଼ ହେଲା ପରେ ମୂଲ୍ୟବାନ ପରି ମନେ ହୁଏ।
Life ରେ କେବେ କାହା ସହିତ ଟଙ୍କା ଧାର ଦିଅନ୍ତୁ ନାହିଁ।ଯଦି ପାରୁଛନ୍ତି ଯେତିକି ପାରିବେ ଦାନ କରି ଦିଅନ୍ତୁ।ଆପଣଙ୍କର ପୂଣ୍ୟ ହେବ ଆଉ ଶାନ୍ତିରେ ରହିପାରିବେ।ଧାର କରଜ କରି Relationship ଖରାପ କରନ୍ତୁ ନାହିଁ।
* ଅପ୍ରିୟ ହେଲେ ମଧ୍ଯ ହିତକର ପରାମର୍ଶର ପରିଣାମ ସୁଖକର ହୋଇଥାଏ।ଯେଉଁଠାରେ ଏପରି ପରାମର୍ଶର ଶ୍ରୋତା ଥାନ୍ତି… ସେଠାରେ ସକଳ ସମ୍ପଦ ବିରାଜମାନ କରେ।*
ମାଟି ଥିଲେ ଘାସ କଅଁଳେ,ଶରୀର ଥିଲେ ରୋଗ ହୁଏ,ପରିବାର ଥିଲେ ମତାନ୍ତର ହୁଏ,ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ।* କୌଣସି ବିଷୟକୁ ଗଭୀର ଭାବରେ ଚିନ୍ତା କରନ୍ତୁ ଓ ଭୁଲ୍ ଠିକ୍ ନିଜେ ବିଚାର କରନ୍ତୁ ଏବଂ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ,କାରଣ କଥାରେ ଅଛି ନିଜ କଥାରେ ଠାକୁର ଓ ପର କଥାରେ କୁକୁର।

ଅଦ୍ୟ ଅକ୍ଟୋବର ମାସ ୩୦ ତାରିଖ ୨୦୨୩ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
କାର୍ତ୍ତିକମାସ- କୃଷ୍ଣପକ୍ଷ
ତିଥି- ଦ୍ଵିତୀୟା ରାତ୍ରି ଘ୧୦/୧୧ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା
ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୨୩ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ
ଚନ୍ଦ୍ର- ମେଷ ଦିବା ଘ୧୦/୫୬ ପର୍ଯ୍ୟନ୍ତ ତଦନ୍ତେ ବୃଷ
ଯୋଗ- ବ୍ୟତିପାତ
କରଣ – ଗର
ସୌରମାସ- ତୁଳା ୧୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୩୦
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ୧୦/୧୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶିର ଘାତବାର
ବିଛା ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା -ଦିବା ଘ୦୨/୧୯ ଗତେ ଘ୦୩/୪୫ ମଧ୍ୟେ
ବାରବେଳା – ଦିବା ଘ୦୭/୧୭ ଗତେ ଘ୦୮/୪୩ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୬ ମଧ୍ୟେ ଓ ଘ୦୯/୦୧ ଗତେ ଘ୧୧/୨୭ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।
✧═════•❁❀❁•═════✧
ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
✧═════•❁❀❁•═════✧
ମିଥୁନ : ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
✧═════•❁❀❁•═════✧
କର୍କଟ :ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
✧═════•❁❀❁•═════✧
ସିଂହ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
✧═════•❁❀❁•═════✧
କନ୍ୟା :ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
✧═════•❁❀❁•═════✧
ତୁଳା : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
✧═════•❁❀❁•═════✧
ବିଚ୍ଛା : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
✧═════•❁❀❁•═════✧
ଧନୁ :ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
✧═════•❁❀❁•═════✧
ମକର : ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
✧═════•❁❀❁•═════✧
କୁମ୍ଭ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
✧═════•❁❀❁•═════✧
ମୀନ : ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।

The post ଅନୁଚିନ୍ତା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button