ରାଜ୍ୟ

ଟ୍ରେନ୍ ଦୁର୍ଘଟଣା: ନିୟୋଜିତ ହୋଇଛନ୍ତି ୯ଶହ କର୍ମଚାରୀ – Ibnodisha

[ad_1]

ଭୁବନେଶ୍ୱର: ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଛି । ଟ୍ରାକ୍ ଉପରେ ପଡିରହିଛି ବଗି । ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମରମତି କାମକୁ ଜୋରଦାର କରାଯାଇଛି । ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି । ବୈଷୟିକ ଟିମ୍ ପକ୍ଷରୁ ଚାଲିଛି ମରାମତି କାମ ।

କ୍ରେନ୍ ସହାୟତାରେ କୋଚ୍ ଗୁଡିକୁ ଉଠାଯାଉଛି । ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ୍ ମେସିନକୁ ନିୟୋଜିତ କରାଯାଇଛି । ୧୪୦ ଟନର ରେଳ କ୍ରେନ୍ ନିୟୋଜିତ କରାଯାଇଛି । ୮ଶହରୁ ୯ଶହ ମାନବ ନିୟୋଜିତ କରାଯାଇଛି । ମରାମତି କାମ କେତେ ଜୋରସୋରରେ ଚାଲିଛି ସେନେଇ ସମୀକ୍ଷା କରୁଛନ୍ତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ଏନେଇ ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲୱେ ସିପିଆରଓ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button