ଏମାନଙ୍କ ଭୁଲ୍ ପାଇଁ ହିଁ ଆମେ ହାରିଲୁ: ଜସ୍ ବଟଲର – Ibnodisha

[ad_1]
ମୁମ୍ବାଇ : ୨୦ ବର୍ଷର ବଦ୍ଲା ନେଲା ଟିମ୍ ଇଣ୍ଡିଆ । ୨୦୦୩ରେ ଶେଷ ଥର ପାଇଁ ବିଶ୍ୱକପରେ ଇଂଲଣ୍ଡ ଠାରୁ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଆଉ ଏବେ ୨୦୨୩ରେ ବିଶ୍ୱକପ୍ ମୁକାବିଲାରେ ବିଜୟୀ ହୋଇଛି ରୋହିତ ଆଣ୍ଡ କୋ । ରବିବାର ଇଂଲଣ୍ଡକୁ ୧୦୦ ରନ୍ରେ ପରାସ୍ତ କରିଛି ଭାରତୀୟ ଟିମ୍ । ଲଗାତର ଭାବେ ଚଳିତ ବିଶ୍ୱକପ୍ରେ ୬ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି ରୋହିତ ବାହିନୀ ।
ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୨୨୯ ରନ୍ କରିଥିଲା ଟିମ୍ ଇଣ୍ଡିଆ । ୨୩୦ ରନ୍ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । ପ୍ରଥମ ୪ ଓଭର ଭଲ ଆରମ୍ଭ କରିଥିଲା ବଟଲର ବାହିନୀ । ହେଲେ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଇଂଲଣ୍ଡ ବ୍ୟାଟର କ୍ରିଜ୍ରେ ସମ୍ଭାଳିପାରିନଥିଲେ । ଶେଷରେ ମାତ୍ର ୧୨୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ପୁରା ଟିମ୍ । ବୁମ୍ରାହ-ସାମି-କୁଳଦୀପ-ଜାଡେଜାଙ୍କ ରଣନୀତି ଆଗରେ ମୁଣ୍ଡ ନୁଆଁଇଥିଲା ବଟଲର ବାହିନୀ ।
ତେବେ ମ୍ୟାଚ୍ ଶେଷ ପରେ ଆୟୋଜିତ ପ୍ରେସ୍ ମିଟ୍ରେ ପରାଜୟ ନେଇ ମୁହଁ ଖୋଲିଥିଲେ ଅଧିନାୟକ ଜସ୍ ବଟଲର । ସେ କହିଥିଲେ କି, ବୋଲିଂ ବିଭାଗ ଠିକ୍ ଭାବେ ପ୍ରଦର୍ଶନ କରିଥିଲା । କିନ୍ତୁ ଆମ ବ୍ୟାଟିଂ ଲାଇନ୍ ଅଫ୍ ସଠିକ୍ ଭାବେ ପ୍ରଦର୍ଶନ କରିପାରିନଥିଲା । ଯାହାଫଳରେ ଦଳ ଭାରତୟୀ ଟିମ୍ ଠାରୁ ୧୦୦ ରନ୍ରେ ପରାସ୍ତ ହୋଇଛି । ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ । ଆମ ପାଖରେ ଛୋଟ ଟାର୍ଗେଟ ଥିଲା । କିନ୍ତୁ ତାପରେ ଆମେ ଡିଫେଣ୍ଡ କରିପାରିନଥିଲୁ । ଗୋଟିଏ ଭଲ ପାର୍ଟରନସିପ୍ ମ୍ୟାଚ୍କୁ ଭାରତଠାରୁ ଛଡାଇ ଆଣିଥାନ୍ତା ।
ସେହିପରି ଭାରତ ମଧ୍ୟ ଭଲ ପ୍ରଦର୍ଶନ କରିଛି । ଖାସ୍ କରି ରୋହିତ ଶର୍ମାଙ୍କ ବ୍ୟାଟିଂ । ଚଳିତ ବିଶ୍ୱକପ୍ରେ ଦଳ ଦମ୍ଦାର ପ୍ରଦର୍ଶନ କରିଚାଲୁଛି । ବିଶେଷ କରି ବୋଲିଂ ବିଭାଗରେ ଦଳ ସମସ୍ତ ଟିମ୍ ଠାରୁ ଭିନ୍ନ । ରବିବାର ମ୍ୟାଚ୍ରେ ପୁରା ରଣନୀତି ସହ ଭାରତୀୟ ଟିମ୍ ପଡିଆକୁ ଓହ୍ଲାଇଥିଲା । ଆଉ ପ୍ଲାନ୍ ଅନୁସାରେ ଖେଳ ବି ପ୍ରଦର୍ଶନ କରିଥିଲା ।
ସୂଚନାଯୋଗ୍ୟ ଯେ, ଭାରତୀୟ ଟିମ୍ ବର୍ତ୍ତମାନ ଯାଏଁ ବିଶ୍ୱକପ୍ ୨୦୨୩ରେ ୬ଟି ମୁକାବିଲା ଖେଳିସାରିଛି । ସମସ୍ତ ୬ଟି ଯାକ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି ଭାରତୀୟ ଦଳ।
[ad_2]