ରାଜ୍ୟ

ବେଆଇନ ପାର୍କିଂ ଯୋଗୁ ବଢ଼ୁଛି ଦୁର୍ଘଟଣା – Ibnodisha

[ad_1]

ଧାମରା : ଧାମରା ଅଞ୍ଚଳରେ ବେଆଇନ ଟ୍ରକ, ଟିପ୍ପର ଏବଂ ହାଇଓ୍ବା ପାର୍କିଂ ଯୋଗୁ ଦୁର୍ଘଟଣା ଦିନକୁ ଦିନ ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି। ଏହି ଦୁର୍ଘଟଣାକୁ କିଏ ରୋକିବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡ଼ିଛି। ଗୋଟିଏ ପଟରେ ଜିଲ୍ଲା ପ୍ରଶାସନ ନିଜର ଅକ୍ଷମତା ପ୍ରକାଶ କରୁଥିବା ବେଳେ ଧାମରା ବନ୍ଦର କର୍ତ୍ତୃପକ୍ଷ କେବଳ ନିଜ ଅଂଚଳରେ ଏହି ମାଲ ପରିବହନ ଗାଡିକୁ ପାର୍କିଂ କରାଇବାରେ ସକ୍ଷମ ହେଉଛି ବୋଲି କହୁଥିବା ବେଳେ ପ୍ରକୃତରେ ସେମାନଙ୍କର ଅକ୍ଷମତା ଦିନକୁ ଦିନ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।

ପ୍ରାପ୍ତ ଖବରରୁ ଜଣାଯାଇଛି, କେନ୍ଦୁଝର ଜିଲ୍ଲାରୁ ଧାମରା ବନ୍ଦରକୁ ଖଣିଜ ପଥର ପରିବହନ କରୁଥିବା ଟ୍ରକ ଗୁଡିକର ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ବଢ଼ୁଛି। ଜାମୁଝାଡି ଠାରୁ ଆରମ୍ଭ କରି ଧାମରା ପର୍ଯ୍ୟନ୍ତ ଦୀର୍ଘ ୬୦ କି.ମି. ରାସ୍ତାରେ ସବୁ ସମୟରେ ରାଜପଥର ଉଭୟ ପାର୍ଶ୍ବରେ ଲମ୍ବା ଲାଇନରେ ଏହି ସମସ୍ତ ମାଲ ପରିବହନ କରୁଥିବା ଟ୍ରକ ଗୁଡିକ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଛି। ଏହା ଫଳରେ ରାସ୍ତା ସଂପୂର୍ଣ୍ଣ ସଂକୁଚିତ ହେବା ସହ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି କରୁଛି। ଏହି ରାସ୍ତା ନିର୍ମାଣ ସମୟରେ ଗାଡି ପାର୍କିଂକୁ ନେଇ ସଠିକ ସ୍ଥାନରେ ରାସ୍ତା ଓସାରିଆ ହୋଇ ନଥିବା ବେଳେ ସେହି ସମୟରେ ଏହାକୁ ଦୃଷ୍ଟି ଦିଆଗଲା ନାହିଁ। ଫଳରେ ଏହି ରାସ୍ତାରେ ସବୁଦିନ କେଉଁଠି ନା କେଉଁଠି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।

ଧାମରା ବନ୍ଦର କର୍ତୁପକ୍ଷ କେବଳ ନିଜ ଅଂଚଳରେ ଅର୍ଥାତ ଡିଆଇ ରୋଡଠାରୁ ଆରମ୍ଭ କରି ଧାମରା ବନ୍ଦର ୧ନଂ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ ନିଜସ୍ୱ ପାକିଁ ଅଞ୍ଚଳ କହୁଥିବା ବେଳେ ଏହି ଅଂଚଳରେ କେତୋଟି ହାତ ଗଣତି ଟ୍ରକ, ଟିପ୍ପରକୁ ଛାଡ଼ି ଦେଲେ ଆଶାତୀତ ଭାବେ ବହୁ ଟ୍ରକ ଓ ଟିପ୍ପର ରାସ୍ତା ଉପରେ ଦଣ୍ଡାୟମାନ। ଫଳରେ ଏହି ସମସ୍ତ ଗାଡି ଗୁଡିକୁ ଟ୍ରାଫିକ କଂଟ୍ରୋଲ କରିବା ଧାମରା ପୁଲିସ, ବାଂଶଡା ପୁଲିସ ଏବଂ ଧାମରା ମେରାଇନ ପୁଲିସ ଦ୍ୱାରା ସମ୍ଭବ ହୋଇ ପାରୁନାହିଁ। କେତେବେଳେ କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ କେବଳ ପୁଲିସ ପ୍ରଶାସନ ସେହି ସ୍ଥାନରେ ପହଞ୍ଚି ମୃତଦେହ ଉଠିବା ପର୍ଯ୍ୟନ୍ତ ଟ୍ରାଫିକ କଂଟ୍ରୋଲ କରିଥାଏ ପରେ ଯଥା ପୂର୍ବମ୍ ତଥା ପରମ୍ ନ୍ୟାୟରେ ପୁଲିସ ପ୍ରଶାସନ କଂଟ୍ରୋଲ କରିବା ସମ୍ଭବ ହୋଇ ପାରୁନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button