ରାଜ୍ୟ

ଆଜିର ଅନୁଚିନ୍ତା – Ibnodisha

[ad_1]

କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦ୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ ।
କେବେବି ବିଛଣା ତଳେ ପଇସା ରଖନ୍ତୁ ନାହିଁ – ଏହା ଲକ୍ଷ୍ମୀ ଛଡାର ଲକ୍ଷଣ ଅଟେ ।

ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ ।ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍ ।

ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ,ସେମିତି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ ବଡ ସମ୍ପର୍କକୁ ବି ନଷ୍ଟ କରିଦିଏ ।

ପାଦରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବରେ ଚାଲିବା ଶିଖିଥାଏ,
କିନ୍ତୁ କେବେ ହୃଦୟରେ ଆଘାତ ଲାଗେ ମଣିଷ ଦୁନିଆଁ ରେ ମଣିଷ ଚିହ୍ନିବା ସହ ବଞ୍ଚିବା ବି ଶିଖିଥାଏ..।

ଅଦ୍ୟ ନଭେମ୍ବର ମାସ ୦୧ ତାରିଖ ୨୦୨୩ ମସିହା(ବୁଧବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
କାର୍ତ୍ତିକମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ରାତ୍ରି ଘ୦୯/୦୦ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ
ନକ୍ଷତ୍ର- ମୃର୍ଗଶିରା ରାତ୍ରି ଘ୦୪/୫୪ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା
ଚନ୍ଦ୍ର- ବୃଷ ଦିବା ଘ୦୪/୩୪ ପର୍ଯ୍ୟନ୍ତ ତଦନ୍ତେ ମିଥୁନ
ଯୋଗ- ପରିଘ
କରଣ – ବବ
ସୌରମାସ- ତୁଳା ୧୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୨/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୧୦
*✧═════•❁❀
ଯୋଗିନୀ ନୈଋତେ ରାତ୍ରି ଘ୦୯/୦୦ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ରାଶିର ଘାତବାର
କନ୍ୟା ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୨ ଗତେ ଘ୧୦/୦୭ ମଧ୍ୟେ
ବାରବେଳା – ଦିବା ଘ୧୧/୩୨ ଗତେ ଘ୧୨/୫୮ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୦ ମଧ୍ୟେ ଓ ଘ୦୭/୨୭ ଗତେ ଘ୦୮/୧୫ ମଧ୍ୟେ ଓ ଘ୧୦/୦୯ ଗତେ ଘ୧୧/୩୧ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୪୦ ଗତେ ଘ୦୭/୨୬ ମଧ୍ୟେ ଓ ଘ୦୧/୫୧ ଗତେ ଘ୦୪/୧୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
═✧══•❁❀❁•═════

✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ
ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।*
✧═════•❁❀❁•═════✧

ବୃଷ
ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଯାତ୍ରା, ବାଣିଜ୍ୟରେ ଲାଭବାନ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ କିନ୍ତୁ ଅବହେଳା ଜନିତ କୌଣସି ଉପଚାର କରିବା ସହଜସାଧ୍ୟ ନ ହୋଇପାରେ।*

✧═════•❁❀❁•═════✧
ମିଥୁନ
ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ବାରୁଦ ଓ ବିଦ୍ୟୁତ୍‌ ପ୍ରତି ସାବଧାନ ରହିବା ଭଲ। କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।*

✧═════•❁❀❁•═════✧
କର୍କଟ
ଆଜି ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ସମସ୍ୟା ସମାଧାନର ଆଶା କରିପାରନ୍ତି।*

✧═════•❁❀❁•═════✧
ସିଂହ
ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ।ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ।*

✧═════•❁❀❁•═════✧
କନ୍ୟା
ଆଜି ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ। ତଥାପି ଖଳକଥାରେ ପ୍ରଭାବିତ ହୋଇ ଚିତ୍ରା ନକ୍ଷତ୍ର ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ।*

✧═════•❁❀❁•═════✧
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।*

✧═════•❁❀❁•═════✧
ବିଛା
ଆଜି ମନ ଅସ୍ଥିର ରହିବ। କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍‌ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ।ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।*

✧═════•❁❀❁•═════✧
ଧନୁ
କାଲିର ପରିସ୍ଥିତି କ୍ରମଶଃ ବଦଳିଯିବା ସାଙ୍ଗକୁ ସଙ୍କଟମୁ୍‌କ୍ତ ହୋଇପାରନ୍ତି। ଦିନର ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।*

✧═════•❁❀❁•═════✧
ମକର
ଆଜି କୌଣସି କାମରେ ସାହାଯ୍ୟ କରିବାକୁ ମନ ବଳିବ।କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।*
✧═════•❁❀❁•═════✧
କୁମ୍ଭ
ଆଜି ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ସରଳୀକୃତ ହେବ। ତଥାପି କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛ।*
✧═════•❁❀❁•═════✧

ମୀନ
ଆଜି କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button