ଯୁଦ୍ଧ ଜାହାଜରୁ ବ୍ରହ୍ମସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା – Ibnodisha

[ad_1]
ନୂଆଦିଲ୍ଲୀ: ଭାରତୀୟ ନୌସେନା ବୁଧବାର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏକ ଯୁଦ୍ଧ ଜାହାଜରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି ଏବଂ କ୍ଷେପଣାସ୍ତ୍ରର ସମସ୍ତ ପରୀକ୍ଷଣ ଶେଷ ହୋଇଛି ବୋଲି ଭାରତୀୟ ନୌସେନା ସୂଚନା ଦେଇଛି । ବିଶ୍ୱର ପରିସ୍ଥିତି ଏକ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିବାବେଳେ ଗତ ମାସଠାରୁ ବାରମ୍ବାର ବ୍ରହ୍ମସର ପରୀକ୍ଷଣ କରିଚାଲିଛି ଭାରତ । ଅକ୍ଟୋବର ମାସରେ ଭାରତର ବାୟୁସେନା ଓ ସେନା ପକ୍ଷରୁ ବ୍ରହ୍ମସର ପରୀକ୍ଷଣ କରାଯାଇଥିଲା ।
ଅକ୍ଟୋବର ୧୦ ଓ ୧୧ ତାରିଖରେ ବାୟୁସେନା ପକ୍ଷରୁ ବ୍ରହ୍ମସର ଏୟାର-ଲଞ୍ଚ ଭର୍ସନର ପରୀକ୍ଷଣ କରାଯାଇଥିଲା । ଅକ୍ଟୋବର ୧୦ରେ ବ୍ରହ୍ମସର ସଂପ୍ରସାରିତ ସଂସ୍କରଣ ଓ ଅକ୍ଟୋବର ୧୧ରେ ବଙ୍ଗୋପସାଗରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ନିକଟରେ ସୁଖୋଇ ଲଢୁଆ ବିମାନରୁ ଏହାର ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ଘୋଷଣା କରିଥିଲା । ସୂଚନାଯୋଗ୍ୟ ଯେ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ନାମ ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ରୁଷିଆର ମସ୍କୱା ନଦୀ ନାମରେ ରଖାଯାଇଛି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ହେଉଛି ଭାରତ ଓ ରୁଷିଆର ମିଳିତ ଉଦ୍ୟମ । ଏହି କ୍ଷେପଣାସ୍ତ୍ରର ଦୂରତା ୨୯୦ କିଲୋମିଟର ରହିଛି । ମାକ୍ ୨.୮ ଉଚ୍ଚ ବେଗରେ ଏହା ବିଶ୍ୱର ସବୁଠାରୁ ଦ୍ରୁତତମ କ୍ରୁଜ୍ କ୍ଷେପଣାସ୍ତ୍ର ବୋଲି ବିବେଚନା କରାଯାଏ ।
[ad_2]