ରାଜନୀତି

ସରକାରଙ୍କ କୃଷି ଓ କୃଷକମାରଣ ନୀତି ପ୍ରତିବାଦରେ କିଶାନ କଂଗ୍ରେସ ପକ୍ଷରୁ ନଭେମ୍ବର ୧୦ରୁ ପ୍ରତି ଜିଲ୍ଲା ସ୍ତରରେ ବସିବ କିଶାନ ମହାପଂଚାୟତ – Ibnodisha

[ad_1]

ଭୁବନେଶ୍ୱର: କୃଷି ଓ କୃଷକର ନିରନ୍ତର ଉନ୍ନତି ହେଉଛି ବୋଲି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ବାହାସ୍ପୋଟ ମାରୁଥିଲେ ମଧ୍ୟ ପ୍ରକୃତରେ ଏହା ପ୍ରତାରଣାରେ ପରିଣତ ହୋଇଛି । ଯଦ୍ୱାରା ଚାଷୀ ଚାଷରୁ ମୁହଁ ଫେରାଇଲେଣି । ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଅହେତୁକ ଅଭାବି ବିକ୍ରୀ, ସଂରକ୍ଷଣ ଓ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ବହୁ କ୍ଷତିର ସମ୍ମୁଖିନ ହେଉଛି ।

ଅନୁରୂପ ଭାବେ ଚାଷଜମିକୁ ଜଳସେଚନର ଅବବ୍ୟବସ୍ଥା ଫସଲହାନୀର ମୁଖ୍ୟ କାରଣ ହୋଇଛି । ଫସଲବୀମା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଚାଷୀ ଲାଭ ପାଇବା ତ ଦୁରର କଥା ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀର ବାର୍ଷିକ ଆୟ ଆଜି ପର୍ଯ୍ୟନ୍ତ ମଧ୍ୟ ଦୁଇଗୁଣା ବୃଦ୍ଧି ହୋଇପାରିଲା ନାହିଁ । ଉଭୟ ସରକାରଙ୍କ ଏପରି ଚାଷୀ ମାରଣ ନୀତିର ଦୃଢ଼ ପ୍ରତିବାଦ ଏବଂ ପ୍ରତି ପଂଚାୟତ ୱାରି ଚାଷୀମାନଙ୍କ ବାସ୍ତବ ସମସ୍ୟା ଚିହ୍ନଟ କରାଯିବା ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଚଳିତମାସ ନଭେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପ୍ରତି ଜିଲ୍ଲା ସ୍ତରରେ କିଷାନ ମହାପଂଚାୟତ ଅନୁଷ୍ଠିତ ହେବ ବୋଲି ଗତକାଲି ପ୍ରଦେଶ କଂଗ୍ରେସ ଭବନ ଠାରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସଂପ୍ରତି ପିଆଜ ଦର ଯେଉଁଭଳି ଭାବରେ ବୃଦ୍ଧି ପାଇଛି ଏଥିରେ ଖାଉଟି ହନ୍ତସନ୍ତ । ଜନସଂଖ୍ୟାର ଚାହିଦା ଅନୁଯାୟୀ ସରକାର ପିଆଜ ଭଳି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କେତେ ଆଗୁଆ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ପିଆଜ ଦର ନିୟନ୍ତ୍ରଣ କରିବା, ପିଆଜ ଉତ୍ପାଦନ ଓ ସଂରକ୍ଷଣ ପାଇଁ ସରକାର ସଂପୂର୍ଣ୍ଣ ଫେଲ ମାରିଛନ୍ତି । ଏଥିପାଇଁ ଆଜିର ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ପିସିିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ବିଜେଡ଼ି ଓ ବିଜେପି ସରକାର ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ବାସ୍ତବରେ ଚାଷୀର ବିକାଶ ପରିବର୍ତେ ଆଜି କେବଳ ବିନାଶ ଘଟିଛି । ଆଗାମୀ ଦିନରେ ଦଳ କ୍ଷମତାକୁ ଆସିବା ପରେ କୃଷି ଓ କୃଷକଙ୍କ ସାମଗ୍ରିିକ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି କହିଥିଲେ । ପୁନଶ୍ଚ ଶ୍ରୀ ପଟ୍ଟନାୟକ କହିଲେଯେ କିଷାନ କଂଗ୍ରେସ ସଂଗଠନ ମାଧ୍ୟମରେ ରାଜ୍ୟର କୃଷକମାନଙ୍କୁ ସୁସଂଗଠିତ କରି ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ପୂରଣ ପାଇଁ ଏହି ଅପାରଗ ଅଥର୍ବ ସରକାର ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ କରାଯିବ ।

ଆଜିର ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ପ୍ରମୁଖ ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନତାରେ ଚାଷୀକୁଳ ଦିନକ ଦିନ ତଳି ତଳାନ୍ତ ହେଲେଣି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ନେତା ଉମେଶ ସାହୁ, ପଦ୍ମଚରଣ ସାହୁ, ମନୋଜ କୁମାର ଦିଗାଲ, ସଦାନନ୍ଦ ଓଝା, ନୂତନ ତ୍ରିପାଠୀ, ଦାସରଥି ସାହୁ, ନାରାୟଣ ପରିଡ଼ା, ସ୍ୱପ୍ନେଶ୍ୱର ପୃଷ୍ଟି, ଗୁଣନିଧି ସାହୁ, ଗୋବିନ୍ଦ ପଟେଲ, ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଜିଲ୍ଳାର କୃଷକମାନଙ୍କ ସମସ୍ୟା ସଂପର୍କରେ ମତବ୍ୟକ୍ତ କରିଥିଲେ । ପରିଶେଷରେ କିଷାନ କଂଗ୍ରେସର ଉପାଧ୍ୟକ୍ଷ ଅରୁଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button