ଅପରାଧ

କଲେଜ ଅଧ୍ୟକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଅଭିଯୋଗ ଆଣିଲେ ଛାତ୍ରୀ – Ibnodisha

[ad_1]

ଭୁବନେଶ୍ୱର: କଲେଜ ଅଧ୍ୟକ୍ଷକଙ୍କ ନାଁରେ + ୩ ବର୍ଷର ଛାତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । ପରୀକ୍ଷାରେ ଫେଲ କରାଇଦେବା ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ଅଶ୍ଲୀଳ ଫଟୋ ଭାଇରାଲ କରାଇଦେବାର ଧମକ ଦେଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ । ତେବେ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କଟକ ଜିଲ୍ଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ସୂଚନା ଅନୁୟାୟୀ, କଟକ ନୂଆବଜାର ସ୍ଥିତ କଟକ କଲେଜର ଅଧ୍ୟକ୍ଷ କେଶବ ଚନ୍ଦ୍ର ସାହୁଙ୍କ ନାମରେ +୩ ବର୍ଷର ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଛାତ୍ରୀ ଜଣକ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପତ୍ର ଲେଖିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ), ପୁଲିସ ମହାନିର୍ଦେଶକ, ମହିଳା କମିସନର, ମୁଖ୍ୟ ଶାସନ ସଚିବଙ୍କୁ ପଠାଇଥିଲେ । ଏହି ଅଭିଯୋଗରେ ଦର୍ଶାଯାଇଛି, “କଲେଜ ଅଧ୍ୟକ୍ଷ ମୋତେ ବିଭିନ୍ନ ଆଳରେ ତାଙ୍କ ଚାମ୍ବରକୁ ଡାକି ଶାରୀରିକ ସମର୍କ ରଖିବାକୁ ବାଧ୍ୟ କରନ୍ତି । ନଗଲେ ଫେଲ୍ କରାଇ ଦେବାର ଧମକ ମଧ୍ୟ ଦିଅନ୍ତି । ତେବେ ଉପାୟ ନ ପାଇ ଫେଲ୍ ହୋଇଯିବା ଭୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି ।

ଏପରିକି ମୁଁ ଅନ୍ତସତ୍ତ୍ୱା ମଧ୍ୟ ହୋଇଥିଲି । ଏହା ଜାଣିବା ପରେ ଅଧ୍ୟକ୍ଷ ଗର୍ଭ ନଷ୍ଟ କରିବାକୁ ମୋତେ ବାଧ୍ୟ କରାଇଥିଲେ । ଗର୍ଭ ନଷ୍ଟ ନକଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ କୌଣସି ଉପାୟ ନପାଇ ଗର୍ଭ ନଷ୍ଟ କରାଇଥିଲି । ଏବେ ପୁଣି ନିର୍ଯାତନା ଦେବା ଆରମ୍ଭ କରିଛନ୍ତି । ତାଙ୍କ ସାଙ୍ଗରେ ମୁମ୍ବାଇ ବୁଲି ଯିବାକୁ ବାଧ୍ୟ କରୁଛନ୍ତି । ଏଥିରେ ମୁଁ ଅରାଜି ହେବାରୁ ମୋ ଉଲଗ୍ନ ଫଟୋ ଭାଇରାଲ୍ କରାଇଦେବାର ଧମକ ଦେଉଛନ୍ତି । ଲଜ୍ୟାରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ପାରୁନାହିଁ । ତେବେ ସବୁଆଡୁ ଦୃଷ୍ଟିରେ ରଖି ଚିଠି ଲେଖୁଛି । ତେବେ ମୋ ଉପରେ ହୋଇଥିବା ନିର୍ଯାତନାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button