ଦେଶ

ଅମୃତ କଳସ ଯାତ୍ରାରେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତିଙ୍କ ହାତ ତିଆରି କଳସ, ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା – Ibnodisha

[ad_1]

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ହେଉଛି ଏକ ଅଭିଯାନ। ଯାହା ଅଗଷ୍ଟ ୯, ୨୦୨୩ ରେ ଆରମ୍ଭ ହୋଇଥିଲା, ‘ଆଜାତି କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ। ଏହା ଭାରତ ପାଇଁ ଚରମ ବଳିଦାନ ଦେଇଥିବା ସାହସୀ ବ୍ୟକ୍ତିବିଶେଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଭାବରେ କାର୍ଯ୍ୟ କରେ। ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ‘ମୋ ମୋଟି ମୋ ଦେଶ’ ଅଭିଯାନର ଅମୃତ କଳସର ଯାତ୍ରାର ସମାପନ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ହାତରେ ଧରିଥିବା କଳସ ପ୍ରସ୍ତୁତି ପଛରେ ଥିଲା ଜଣେ ଓଡ଼ିଆ ଝିଅଙ୍କ ହାତ । ଅର୍ଥାତ୍ କଳସରେ ହୋଇଥିବା କଳାକୃତି ଆଙ୍କିଥିଲେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି । ଅତି ସୁନ୍ଦର ଭାବରେ ସେ କଳସରେ ଆଙ୍କିଥିଲେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ଚିତ୍ର । ଯାହାକି ଥିଲା ଅତି ଆକର୍ଷଣୀୟ ।ଏବେ ତାଙ୍କ କଳାକୃତି ଦେଖିବା ପରେ ସବୁରି ମୁହଁରେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତାଙ୍କ ପ୍ରଶଂସା । କହିବାକୁ ଗଲେ ପୂର୍ବତନ ଓଡ଼ିଆ ଶିକ୍ଷାବିତ୍ ବିଜୟ କୁମାର ମହାନ୍ତି ଓ ଶ୍ରୀମତି ରେଣୁବାଳା ମହାନ୍ତିଙ୍କ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି । ବର୍ତ୍ତମାନ ସେ କିଟ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶିକା ଅଛନ୍ତି । ଏହି ଅବସରରେ ତାଙ୍କୁ କିଟ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ କଳାକୃତି ପାଇଁ ଆଜି ଓଡିଶା ସାରା ଦେଶରେ ଗର୍ବିତ ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button