ଦେଶ

ସଲମାନ ଖାନଙ୍କ ନାମରେ ଫର୍ଜି ଆଇଡି – Ibnodisha

[ad_1]

ମୁମ୍ଵାଇ: ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ପ୍ରଡକ୍ସନ୍ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ ପାଇଁ କାଷ୍ଟିଂ  କରିବାକୁ ଦଳ ସ୍ପଷ୍ଟ ଭାବେ ମନା କରି ଦେଇଛି।ଏହା ସହିତ  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। ଗତ ବର୍ଷ ଅଭିନେତାଙ୍କ ନାମରେ କାଷ୍ଟିଂକୁ ନେଇ ଏକ ଠକେଇ ହୋଇଥିଲା। ସେହିଭଳି ପୁନର୍ବାର ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଥିପାଇଁ ପ୍ରଡକ୍ସନ୍ ହାଉସକୁ ନୋଟିସ୍ ଜାରି କରିବାକୁ ପଡିଛି।

ସଲମାନଙ୍କ ପ୍ରଡକ୍ସନ୍ ହାଉସ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ସ୍ପଷ୍ଟ କରିବା ଜରୁରୀ ଯେ ସଲମାନ ଖାନ କିମ୍ବା ସଲମାନ ଖାନ ଫିଲ୍ମ ଏପର୍ଯ୍ୟନ୍ତ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିନାହାଁନ୍ତି। ଭବିଷ୍ୟରେ କୌଣସି ଚଳଚ୍ଚିତ୍ର ପାଇଁ ଆମ ଦ୍ଵାରା କୌଣସି କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଯଦି କୌଣସି ଦଳ ଅନଧିକୃତ ଢଙ୍ଗରେ ମିଷ୍ଟର ଖାନ କିମ୍ବା ଏସ.କେ.ଏଫ ନାମ ବ୍ୟବହାର କରାଯାଇଛି।ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button