ରାଜ୍ୟ

ବାଣ ଫୁଟି ସୀସା ଆଖିରେ ପଡ଼ିଲେ ଆପଣାନ୍ତୁ ଏହି ଉପାୟ…. – Ibnodisha

[ad_1]

ଭୁବନେଶ୍ୱର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ସାରା ଦେଶରେ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାଆନ୍ତି । ଦୀପାବଳୀକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସମସ୍ତେ ଏହାକୁ ଉତ୍ସାହାର ସହକାରେ ଅପେକ୍ଷା କରି ରହିଥାଆନ୍ତି । ବାଣର ଶବ୍ଦ ଏବଂ ଚମକମ ଆଲୋକ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏହି ପର୍ବରେ ବଜାରରେ ରଙ୍ଗୋଲି, ଭଳିକି ଭଳି ମିଠା, ଦୀପ ଏବଂ ବାଣର ପସରା ମେଲିଥାଏ । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । କିନ୍ତୁ ଅନେକ ସମୟରେ ଅସାବଧାନତା ଯୋଗୁଁ ବାଣରେ ହାତରେ କିମ୍ବା ଆଖିରେ ଫୁଟିବା ଖବର ଆସେ । ତେଣୁ ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ପ୍ରାୟତଃ ବାଣ ଫୁଟାଇବା ସମୟରେ ଆଖିରେ ସୀସା ପଡିବା ଖବର ସାମ୍ନାକୁ ଆସିଥାଏ ।

ତେବେ ଜାଣନ୍ତୁ ଏଭଳି ପରିସ୍ଥିତିରେ ପ୍ରଥମେ କଣ କରିବେ….
ଆଖିକୁ ଘଷନ୍ତୁ ନାହିଁ: ଯେଉଁ ଆଖିକୁ ଆଘାତ ଲାଗିଛି ତାହାକୁ ଅଧିକ ଘଷନ୍ତୁ ନାହିଁ । କାରଣ ବାରମ୍ବାର ଆଖିକୁ ଛୁଇଁବା ଦ୍ୱାରା ଆଖିର ସମସ୍ୟା ଆହୁରି ବୃଦ୍ଧି ହୋଇପାରେ ।
ଆଖିକୁ ଶୁଦ୍ଧ ଏବଂ ଥଣ୍ଡା ପାଣରେ ଧୁଅନ୍ତୁ: ଯଦି ଆଖରେ କୌଣସି ସୀସା ପଶିଯାଇଛି, ତେବେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଆଖିର ମଇଳା ବାହାରି ଆସିବ । କିନ୍ତୁ ଟ୍ୟାପ ପାଣିର ବ୍ୟବହାରଠାରୁ ଦୂରେଇ ରୁହ ନ୍ତୁ । କାରଣ ଟ୍ୟାପ୍ ପାଣିର ଅପରିଷ୍କାରତା ଯୋଗୁଁ ଆଖି ଆହୁରି ଅଧିକା ପୋଡ଼ିପାରେ ।
ଆଘାତ ଆଖିକୁ ଘୋଡାଇ ରଖନ୍ତୁ: ଆଘାତ ଲାଗିବା ପରେ ଆଖିକୁ ଘୋଡାଇ ରଖନ୍ତୁ । ଏହା ଦ୍ୱାରା ଆଖିରେ ଅଧିକ ଜ୍ୱଳନ ହେବ ନାହିଁ ।
ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ: ଯଦି ଆଖିରେ କୌଣସି ପ୍ରକାର ସମସ୍ୟା ଦେଖାଯାଉଛି ତେବେ ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ । ଏପରିକି ସାମାନ୍ୟ ଚିକିତ୍ସାର ଅଭାବ କାରଣରୁ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡିପାରେ । ତେଣୁ ଆଖି ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ପ୍ରଥମେ ଆଖି ଡାକ୍ତରଙ୍କ ସହ ସମ୍ପର୍କ କରି ପୁଙ୍ଖାନୁପୁଙ୍ଖ ପରୀକ୍ଷା ସହ ଚିକିତ୍ସା ଗ୍ରହଣ କରନ୍ତୁ ।
ନିଜେ ନିଜେ ଚିକିତ୍ସା କରନ୍ତୁ ନାହିଁ: ଡାକ୍ତରଙ୍କ ପରାମର୍ଶ ବିନା ଆଇଡ୍ରପ୍ କିମ୍ବା ମଲମଠାରୁ ଦୂରେଇ ରୁହନ୍ତୁ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ । ଯଦି ସୀସା ଆଖିରେ ପଡ଼ି ବାହାରି ନାହିଁ, ତେବେ ନିଜେ ବାହାର କରନ୍ତୁ ନାହିଁ । ନିଜେ ବାହାର କରିବା ପରିବର୍ତ୍ତେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button