ଖେଳ

ନେଦରଲାଣ୍ଡ୍‌ସ ବିପକ୍ଷରେ ୭ୱିକେଟ୍‌ରେ ଜିତିଲା ଆଫଗାନିସ୍ତାନ – Ibnodisha

[ad_1]

ଲକ୍ଷ୍ନୌ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ଆୟୋଜିତ ପୁରୁଷ ଦିନିକିଆ ବିଶ୍ବକପ୍‌ରେ ଶୁକ୍ରବାର ନେଦରଲାଣ୍ଡ୍‌ସକୁ ଆଫଗାନିସ୍ତାନ ୭ ୱିକେଟ୍‌ରେ ପରାସ୍ତ କରିଛି। ନେଦରଲାଣ୍ଡ୍‌ସ ପକ୍ଷରୁ ମିଳିଥିବା ୧୮୦ ରନ୍‌ର ବିଜୟ ଲକ୍ଷ୍ୟକୁ ଆଫଗାନିସ୍ତାନ ୩୧.୩ ଓଭରରେ ମାତ୍ର ୩ଟି ୱିକେଟ୍‌ ହରାଇ ପୂରା କରିଛି। ଆଫଗାନିସ୍ତାନର ରହମତ୍‌ ସାହ ଓ ହସମତୁଲ୍ଲା ସାହିଦି ଅର୍ଦ୍ଧଶତକ ହାସଲ କରି ୧୮୧ ରନ୍‌ ବଳରେ ଦଳକୁ ବିଜୟ ହାସଲ କରାଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନେୀସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପାଇଁ ହସମତୁଲ୍ଲା ସାହିଦି ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହ କରିଥିଲେ।

ସେ ୬୪ଟି ବଲ୍‌ ଖେଲି ୬ଟି ‌ଚୌକା ସହାୟତାରେ ଅପରାଜିତ ୫୬ ରନ୍‌ ସଂଗ୍ରହ କରିଥିଲେ। ରହମତ ଶାହଙ୍କ ବ୍ୟାଟରୁ ୫୨ ରନ୍‌ ଅମଳ ହୋଇଥିଲା। ଶାହ ୫୪ଟି ବଲ୍‌ ଖେଳି ୮ଟି ଚୌକା ମାରିଥିଲେ। ସେହିପରି ଅଜମାତୁଲ୍ଲା ଓମରଜାଇ ୨୮ଟି ବଲ୍‌ରୁ ୩ଟି ଚୌକା ବଳରେ ଅପରାଜତ ୩୧ ରନ୍‌ କରିଥିଲେ। ପୂର୍ବରୁ ଆଫଗାନିସ୍ତାନର ପ୍ରାରମ୍ଭିକ ବ୍ୟାଟର ରହମନୁଲ୍ଲା ଗୁରବାଜ ୧୦ ରନ୍‌ ଓ ଇବ୍ରାହିମ ଜଦ୍ରାନ ୨୦ ରନ୍‌ କରିଥିଲେ। ନେଦରଲାଣ୍ଡ୍‌ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦଳର ଆଫଗାନିସ୍ତାନର ପ୍ରଭାବଶାଳୀ ବୋଲିଂ ବଳରେ ୩ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟମାନେ ଅତି ଶସ୍ତାରେ ଆଉଟ୍‌ ହୋଇଥିଲେ। ପୂରା ନେଦରଲାଣ୍ଡ୍‌ସ ଟିମ୍‌ ୪୬.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ଫଳରେ ଆଫଗାନିସ୍ତାନକୁ ଏହି ମ୍ୟାଚ ବିଜୟ ପାଇଁ ୧୮୦ ରନ୍‌ର ଲକ୍ଷ୍ୟ ମିଳିଥିଲା।

ନେଦରଲାଣ୍‌ସ ପାଇଁ ସିବ୍ରାଣ୍ଡ ଏଞ୍ଜେଲବ୍ରେଚଟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୮୬ଟି ବଲ୍‌ ଖେଳି ୬ଟି ଚୌକା ସହାୟତାରେ ୫୮ ରନ୍‌ ସଂଗ୍ରହ କରିଥିଲେ। ମାକ୍ସ ଓଦାଉଦଙ୍କ ବ୍ୟାଟରୁ ୪୨ ରନ୍‌ ଅମଳ ହୋଇଥିଲା। ସେ ୪୦ଟି ବଲ୍‌ ଖେଳି ୯ଟି ଚୌକା ମାରିଥିଲେ। ସେହିପରି କଲିନ ଆକରମନ ଦଳ ପାଇଁ ୨୯ ରନ୍‌ର ଯୋଗଦାନ ଦେଇଥିଲେ। ଏଥି ପାଇଁ ସେ ୩୫ଟି ବଲ୍‌ ଖେଳି ୪ଟି ଚୌକା ମାରିଥିଲେ। ନେଦରଲାଣ୍‌ସର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ନେଦରଲାଣ୍ଡ୍‌ସ ବ୍ୟାଟିଂ ବିପର୍ଯ୍ୟୟ ହେବାର ମୂଳ କାରଣ ଥିଲା ନିଜ ନିଜ ଭିତରେ ଥିବା ଭୁଲ ବୁଝାମଣା। ପ୍ରାରମ୍ଭିକ ବ୍ୟାଟର ଦଳର ୪ ଜଣ ଖେଳାଳି ୱେସଲେ ବାରେସି ମାତ୍ର ୧ ରନ୍‌ ସଂଗ୍ରହ କରି ଏଲବିଡବ୍ଲ୍ୟୁ ହୋଇ ପାଭିଲିଅନକୁ ଫେରି ଆସିଥିଲେ। ତାଙ୍କ ପରେ କ୍ରମାଗତ ଭାବେ ୪ ଜଣ ଖେଳାଳି ରନ୍‌ ଆଉଟ୍‌ ହୋଇଥିଲେ। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବିଙ୍କୁ ୩ଟି ୱିକେଟ୍‌ ମିଳିଥିଲା। ନୂର ଅହମଦ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲା ବେଳେ ମୁଜୀବ ଉର ରହମାନଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button