ରାଜ୍ୟ

ବିଧାୟିକା ଦୀପାଳି ଦାସଙ୍କ ଭାଇଙ୍କୁ ଘଣ୍ଟ ଘୋଡାଯାଉଛି : ୟାସିର ନୱାଜ – Ibnodisha

[ad_1]

ଭୁବନେଶ୍ୱର: ନବୀନ ସରକାର ଅମଳରେ ବିଜୁ ଜନତା ଦଳର ମନ୍ତ୍ରୀ, ଝିଅ ଓ ପରିବାରବର୍ଗଙ୍କୁ ସାତଖୁଣ ମାଫ୍ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ରେଞ୍ଜ ରୋଭର ଗାଡ଼ି (ଓଡ଼ି-୨୩କେ୦୦୦୬) ଭୁବନେଶ୍ୱର ପାୱାର ହାଉସ୍ ଛକରେ କାହ୍ନୁ ଚରଣ ସାହୁ ନାମକ ଜଣେ ଯବାନଙ୍କ ବାଇକକୁ ଧକ୍କା ଦେଇଥିଲା । ପ୍ରଥମେ ପୁଲିସ୍ ପକ୍ଷରୁ ଓଡ଼ି–୩୩ ଏ.ଏଫ୍ ୬୭୨୬ ଗାଡ଼ି ନମ୍ବର ପ୍ରକାଶ କରାଯାଇଥିଲା । ଅର୍ଥାତ ଅସଲ ନମ୍ବରକୁ ଲୁଚାଇ ଦେବା ପାଇଁ ଚକ୍ରାନ୍ତ ଚାଲିଥିଲା ।

ପରେ ଠିକ ନମ୍ବର ଜାରି କରାଗଲା । ପୋଲିସ କମିଶନରେଟ୍ କାର୍ଯ୍ୟାଳୟରେ ୫୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିଶନରେଟ୍ ପୁଲସ୍ ପଛଘୁଞ୍ଚା ଦେଉଛନ୍ତି । ଗାଡ଼ିରେ ଦୀପାଳି ଦାସଙ୍କ ଭାଇ ଉପସ୍ଥିତ ଥିବାର ଅଭିଯୋଗ ହେଉଛି । ପୁଲିସ୍ ଠିକ୍ ଭାବରେ ଏହାର ତଦନ୍ତ କରୁନାହିଁ । ଅଭିଯୋଗ ହେଉଛି ଯେ ଦୀପାଳି ଦାସଙ୍କ ଭାଇଙ୍କୁ ପୁଲିସ୍ ଖସାଇ ଦେଇଛନ୍ତି । ସେ ଭୁବନେଶ୍ୱର ଛାଡ଼ି ଚାଲିଯାଇଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କାହ୍ନୁଚରଣ ସାହୁ ଓ ତାଙ୍କର ସମ୍ପର୍କୀୟା ମହିଳା ଲୋପାମୁଦ୍ରା ସାହୁ ଗୁରୁତର ହୋଇ ପଡ଼ିଥିଲେ । ଆଜି ଲୋପାମୁଦ୍ରା ସାହୁ ସେହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କାହ୍ନୁଚରଣ ସାହୁଙ୍କର ଅବସ୍ଥା ଶୋଚନୀୟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠାରେ ସିସିଟିଭି ଫୁଟେଜ୍ ଥାଇ ମଧ୍ୟ ପୁଲସ୍ ଏହାକୁ ଘଣ୍ଟ ଘୋଡାଇବାକୁ ଅପଚେଷ୍ଟା କରୁଛି । ଏହି ସିସିଟିଭି ଫୁଟେଜକୁ ସାର୍ବଜନୀନ କରାଯାଉ । ଯଦି ବିଶାଳ ଦାସ ସେଠାରେ ଉପସ୍ଥିତ ଥବେ ତାଙ୍କୁ ତୁରନ୍ତ ଗିରଫ କରାଯାଉ । ନହେଲେ ଛାତ୍ର କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । ମୃତ ମହିଳାର ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ ଦିଆଯାଉ । ଆହାତ ଯବାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ ସରକାର କରୁ । ଯେହେତୁ ଯବାନଜଣଙ୍କ ଚଳପ୍ରଚଳ କରିବାପାଇଁ ଅକ୍ଷମ ହୋଇପଡ଼ିଛନ୍ତି ତାଙ୍କୁ ମଧ୍ୟ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ଯଦି ଘଟଣାର ଉପଯୁକ୍ତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ୪୮ ଘଂଟା ମଧ୍‌ଯରେ କରାନଯାଏ ତେବେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ବିଜେଡ଼ିର ମନ୍ତ୍ରୀ ଓ ବିଧାୟକଙ୍କ ପରିବାରଙ୍କ ଦୋଷକୁ ଯେଭଳି ନବୀନ ସରକାର ଘଣ୍ଟ ଘୋଡାଉଛନ୍ତି ତାହାକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବ ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button