ଖେଳ

ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍ କାର୍ଯ୍ୟନିର୍ବାହୀ ବୋର୍ଡ; ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଅନ୍ତରୀଣ କମିଟି ଗଠିତ – Ibnodisha

[ad_1]

କଲମ୍ବୋ : ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଦୁର୍ବଳ ପ୍ରଦର୍ଶନ ଏବଂ ଭାରତ ବିପକ୍ଷରେ ଲଗାତାର ଲଜ୍ଜାଜନକ ପରାଜୟ ନେଇ ଶ୍ରୀଲଙ୍କା କ୍ରିକେଟ୍ କାର୍ଯ୍ୟନିର୍ବାହୀ ବୋର୍ଡ ସମାଲୋଚନାର ଶିକାର ହେବା ସହ ଅନେକ ଦୁର୍ନିିତୀ କରିଥିବା ଅଭିଯୋଗ ଆସିଥିଲା । ଯାହାର ଫଳ ସ୍ୱରୂପ ଏହି ବୋର୍ଡକୁ ଭଙ୍ଗଯାଇ ଏବେ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି । ଶ୍ରୀଲଙ୍କା କ୍ରିକେଟ୍ ପରିଚାଳନା ଦାୟିତ୍ୱ ନେବା ପାଇଁ ଶ୍ରୀଲଙ୍କାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଏକ ଅନ୍ତରୀଣ କମିଟି ଗଠନ କରିଛି । ଶ୍ରୀଲଙ୍କାର ବିଶ୍ୱିବଜୟୀ ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଏହାର ନେତୃତ୍ୱ ନେଇଛନ୍ତି ।

ଦୁର୍ନୀତି, ଅନିୟମିତତା, ଦୁର୍ବ୍ୟବହାର ଓ କର୍ତ୍ତବ୍ୟ ଓ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍‌ର କାର୍ଯ୍ୟନିର୍ବାହୀ କମିଟିକୁ ନିଲମ୍ବିତ କରାଯିବା ପରେ ଏହି କମିଟି ଗଠନ କରାଯାଇଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ପରିଚାଳନା ସହ ଏହି ଅନିୟମିତତାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ ମଧ୍ୟ ମଧ୍ୟବର୍ତ୍ତୀକାଳୀନ କମିଟିକୁ ଦାୟିତ୍ୱ ଦେଇଛନ୍ତି । ଅଡିଟର ଜେନେରାଲ୍‌ଙ୍କ ପକ୍ଷରୁ ସେପ୍େଟମ୍ବର ୧୧, ୨୦୨୩ରେ ଜାରି ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୁପାରିସକୁ କାର୍ଯ୍ୟକାରୀ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଟିକୁ କ୍ଷମତା ଦିଆଯାଇଛି । ସେହିପରି ଅପବ୍ୟବସ୍ଥାର ପୁନରାବୃତ୍ତିକୁ ରୋକିବା ପାଇଁ କମିଟି ସୁପାରିସ ପ୍ରସ୍ତାବ ଦେବା ସହ ପ୍ରଶାସନକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ଦାୟୀ ରହିବ । ଏବେ ଗଠନ କରାଯାଇଥିବା ସାତ ଜଣିଆ କମିଟିରେ ରଣତୁଙ୍ଗାଙ୍କ ବ୍ୟତୀତ ଏସ୍‌ଆଇ ଇମାମ୍‌, ରୋହିଣୀ ମାରାସିଂହେ ( ଉଭୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି), ଆଇରଙ୍ଗାନୀ ପେରେରା (ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି), ଉପାଲି ଧର୍ମଦାସ (ପୂର୍ବତନ ଏସ୍‌ଏଲ୍‌ସି ସଭାପତି), ରକିଥା ରାଜାପାକ୍ଷେ (ଆଟର୍ନୀ-ଆଟ୍‌-ଲ) ଏବଂ ହିଶାମ ଜମାଲଦିନ୍ ପ୍ରମୁଖ ରହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button