ରାଜ୍ୟ

ଦୁଇ ବର୍ଷ ଶିଶୁର ଶରୀରରେ ସଫଳତାର ସହ ଶ୍ରବଣ ଯନ୍ତ୍ର (କକ୍‌ଲିଅର୍ ଇମ୍‌ପ୍ଲାଂଟ) ଲଗାଇଲେ ସମ୍ମମ୍ ସର୍ଜନ – Ibnodisha

[ad_1]

ଭୁବନେଶ୍ୱର : ଦୁଇ ବର୍ଷ ବୟସର ବଧିର ଶିଶୁର ଶରୀରରେ ମିନିମାଲି ଇନ୍‌ଭେସିଭ୍ ପ୍ରକ୍ରିୟାରେ ସଫଳତାର ସହ
ଏକ ଶ୍ରବଣ ଯନ୍ତ୍ର (କକ୍‌ଲିଅର୍ ଇମ୍‌ପ୍ଲାଂଟ) ଲଗାଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ । ଏହା ପରେ ଶିଶୁଟି ଏବେ ଶୁଣିବାକୁ ସକ୍ଷମ ହୋଇପାରିଛି ।
କାନର ଭିତର ପାଶ୍ୱର୍ରେ ସମସ୍ୟା ଥିବା ନେଇ ସମ୍ପୂର୍ଣ୍ଣ ଭାବେ ବଧିର ଦୁଇ ବର୍ଷର ଶିଶୁ କନ୍ୟାକୁ ନେଇ ସମ୍ବଲପୁର ଅଂଚଳର
ଅଧିବାସୀ ତା’ର ବାପା-ମା ହସ୍ପିଟାଲ୍ ଆସିଥିଲେ ବୋଲି କହିଛନ୍ତି ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ବିଭାଗର ସିନିୟର୍
କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ।
ଶୁଣିବାରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଶିଶୁଟି କଥା ମଧ୍ୟ କହିବାରେ ସକ୍ଷମ ହୋଇପାରୁ ନଥିଲା । ଶିଶୁଟିର ଏଭଳି ଅବସ୍ଥା ଦେଖି
ବାପା-ମା ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଚିକିତ୍ସା ନିମନ୍ତେ ଅନେକ ସ୍ଥାନକୁ ଯିବା ପରେ ସେମାନେ ଶିଶୁକୁ ସମ୍ମମ୍‌କୁ ଆଣିଥିଲେ ।
ଶିଶୁ କନ୍ୟାଟିର ଶରୀରରେ ମିନିମାଲି ଇନ୍‌ଭେସିଭ୍ ପ୍ରକ୍ରିୟାରେ ଏକ ଛୋଟ ଛିଦ୍ର ମାଧ୍ୟମରେ ଶ୍ରବଣ ଯନ୍ତ୍ରଟିକୁ ଲଗାଯିବାର ନିଷ୍ପତି
ନିଆଯାଇଥିଲା ବୋଲି ଡାକ୍ତର ସାହୁ କହିବା ସହ ଏହି ପ୍ରକ୍ରିୟାରେ ରୋଗୀକୁ ଖୁବ୍ କମ୍ ଯନ୍ତ୍ରଣା ହୋଇଥାଏ ବୋଲି ପ୍ରକାଶ କରିଥିଲେ ।
ଏହି ପ୍ରକ୍ରିୟାରେ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାରର ୨୧ ଦିନ ପରେ ଏହି ଶ୍ରବଣ ଯନ୍ତ୍ରଟିକୁ ସୁଇଚ୍ ଅନ୍ କରାଯାଇଥିବା ବେଳେ ୩ ମାସ ପର୍ଯ୍ୟନ୍ତ ଶିଶୁକୁ ସ୍ପିଚ୍ ଥେରାପି
ଦିଆଯାଉଛି ।
ଏତେ ଛୋଟ ଶିଶୁଟିର ଖପୁରି ହାଡ ପତଳା ହୋଇଥିବା ସହ ଠିକ୍ ଭାବେ ପ୍ରସ୍ତୁତ ହୋଇ ନଥିବାରୁ ଏହି ଅସ୍ତ୍ରୋପଚାର ଏକ ବଡ଼
ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।
ଡାକ୍ତର ସାହୁଙ୍କ ତତ୍ୱାବଧାନରେ ଅଡିଓଲୋଜିଷ୍ଟ ଶ୍ରୀମତି ଲୋପାମୁଦ୍ରା ତ୍ରିପାଠୀ ଶିଶୁଟିର ସ୍ପିଚ୍ ଥେରାପି ଓ ଅଡିଟରୀ ଭର୍ବାଲ୍
ଥେରାପି କରାଇଥିଲେ । ଶିଶୁଟି ବର୍ତମାନ ଶବ୍ଦ ଶୁଣିବାରେ ଓ ପ୍ରତିକ୍ରିୟା ଦେବାରେ ସକ୍ଷମ ହେଲାଣି ଏବଂ ଖୁବ୍ ଶୀଘ୍ର କଥା କହିବ ବୋଲି ଡାକ୍ତର ସାହୁ କହିଛନ୍ତି ।
ଏଭଳି ଘଟଣା ଗୁଡ଼ିକରେ ଶିଶୁର ବୟସ ଯେତେ କମ୍ ଥିବ ଏହି ଚିକିତ୍ସା ସେତେ ଶୀଘ୍ର ସଫଳ ହୋଇପାରିବ ବୋଲି ଡାକ୍ତର ସାହୁ
କହିବା ସହ ଏ ନେଇ ସମ୍ମମ୍‌ରେ ଶ୍ରବଣ ଯନ୍ତ୍ର ଲଗାଇବା ନିମନ୍ତେ ସୋମବାର ଓ ଶୁକ୍ରବାର ଦିନ ରୋଗୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button