ରାଜ୍ୟ

ଭିତରକନିକାରେ ୧ଲକ୍ଷ ୨୩ହଜାର ୮୬୭ଟି ପକ୍ଷୀ – Ibnodisha

[ad_1]

ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଭିତରକନିକା ଭିତରେ ଥିବା ମଠଆଡ଼ିଆରେ ୧୧,୫୦୦ଟି ବସା ଚିହ୍ନଟ କରାଯାଇଛି । ଲକ୍ଷ୍ମୀପ୍ରସାଦଡିଆରେ ୧୨୪୮୦ଟି ଓ ଦୁର୍ଗାପ୍ରସାଦଡିଆରେ ୧୫୩୨ଟି ବସା ଚିହ୍ନଟ କରାଯାଇଥିବ।। ବେଳେ ପ୍ରଥମଥର ପାଇଁ ଜାତୀୟ ଉଦ୍ୟାନର ସୀମାସରହଦର ବାହାରେ ବାଲିଡିଆରେ ୫୦୭ଟି ବସା ଚିହ୍ନଟ ହୋଇଛି । ମୋଟ୍ ୧୭୬୦ଟି ଗଛରେ ୨୬,୧୧୮ଟି ବସାରେ ୧, ୨୩, ୮୬୭ଟି ପକ୍ଷୀ ଗଣନା ହୋଇଛନ୍ତି ।

ସୂଚନା ଥାଉକି, ୨୦୨୨ରେ ୧୬୧୮ଟି ଗଛରେ ୨୪, ୪୬୪ଟି ବସା ଗଣନା ହେବା ସହ ସେଥିରେ ୧,୧୬,୦୭୦ ଟି ପକ୍ଷୀ ଗଣନା କରାଯାଇଥିଲା । ବର୍ଷାଋତୁର ଆରମ୍ଭରେ ଦେଶର କୋଣ ଅନୁକୋଣରୁ ବଂଶବିସ୍ତାର କରିବା ପାଇଁ ଦେଶୀୟ ପକ୍ଷୀ ଯଥା- କାପରଖାଇ, ଅଞ୍ଜନା, ରାଣୀବଗ, ପାଣିକୂଆ, ଖଇରା,ଗେଣ୍ଡାଳିଆ ପ୍ରଭୃତି ୧୦ ପ୍ରଜାତିର ପକ୍ଷୀଗୁଡିକ ବସା ବାନ୍ଧିଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ୭ହଜାର ୭୯୭ଟି ପକ୍ଷୀ ଅଧିକ ଆସିଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button