ରାଜନୀତି

ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ; ବିକାଶର ମୁଖ୍ୟ ଏଜେଣ୍ଡା ‘ଭିଜନ୍ ୨୦୩୬’ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶକୁ ୨୦୩୬ରେ ଶହେ ବର୍ଷ ପୂରିବ । ଏହାକୁ ନଜର ଦେଇ ରାଜ୍ୟ ସରକାର ବହୁ ସଫଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେଥିପାଇଁ ଏବେ ବିକାଶର ମୁଖ୍ୟ ଏଜେଣ୍ଡା ରହିଛି ‘ଭିଜନ୍ ୨୦୩୬’ । ଏହାଦ୍ୱାରା ଓଡ଼ିଶାର ସମାଗ୍ରୀକ ବିକାଶ ହେବ । ଦ୍ୱିତୀୟରେ ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ବିଜେଡିର ଭୋଟ୍ ଦେଢ଼ କୋଟିରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଜକୁ ଉତ୍ସର୍ଗ କର ବୋଲି କର୍ମୀଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଆହ୍ୱାନ ଦେଇଛନ୍ତି ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୋମବାରରୁ ଶଙ୍ଖ ଭବନରେ ଆରମ୍ଭ ହୋଇଛି ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଗଠିତ କମିଟି ଏହି କାର୍ଯ୍ୟକ୍ରମର ପରିଚାଳନା କରୁଛି । ୩୭ରୁ ୪୦ ଦିନ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ପର୍ବ ବାଲିବ । ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ଦଳର ସଭାପତିଙ୍କ ନିର୍ଦ୍ଦେଶରେ ହିଁ ସବୁକିଛି କାର୍ଯ୍ୟ ସମ୍ପାଦିତ ହେଉଛି । ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ତାଙ୍କୁ ସହଯୋଗ କରିଛନ୍ତି ସାଂସଦ ସସ୍ମିତ୍ ପାତ୍ର । ଅନ୍ୟ ବରିଷ୍ଠ ନେତାମାନେ ସାମିଲ ବି ଅଛନ୍ତି । ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ । ଦଳର ବରିଷ୍ଠ ନେତାଙ୍କ ବ୍ୟତୀତ କିଛି ବିଶେଷଜ୍ଞ, ଅର୍ଥନୀତିଜ୍ଞ ଓ ରାଜନୈତିକ ବିଶାରଦମାନେ ବି ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ଦୈନିକ ଚାରୋଟି ନିର୍ବାଚନ ମଣ୍ଡଳୀର ୨୦୦ ସକ୍ରିୟ ସଦସ୍ୟଙ୍କୁ ଏକ ଘଣ୍ଟିଆ ତାଲିମ ଦିଆଯାଉଛି । ପ୍ରତିଦିନ ଚାରିଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅନ୍ୟନ ୪ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି । ଏପରି ଭାବେ ୩୦ ହଜାରରୁ ଅଧିକ କର୍ମୀଙ୍କୁ ମାଷ୍ଟର ଟ୍ରେନ୍‌ର ଭାବେ ପ୍ରଶିକ୍ଷିତ ହେବେ । କାର୍ଯ୍ୟକ୍ରମକୁ ପରିଚାଳନା କରି ରାଜ୍ୟର ବିକାଶ ଓ ବିଜେଡି ସଫଳତାକୁ ଉପସ୍ଥାପନ କରିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ ଓ ତାଙ୍କ ଟିମ୍ । ଏଥିରେ ମୁଖ୍ୟତଃ ଓଡ଼ିଶାର ଗୌରବମୟ ଅତୀତ, ପ୍ରବାଦପୁରୁଷ ବିଜୁବାବୁଙ୍କ ଅବଦାନ, ମହାବାତ୍ୟା ପୂର୍ବ ଓ ପରର ସ୍ଥିତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାରତରେ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ରଣନୀତି ପ୍ରସ୍ତୁତ ହେଉଛି ।

 ଅକ୍ଟୋବର ଦୁଇରୁ ଆରମ୍ଭ ହେବାକୁ ଥିବା ଗାନ୍ଧୀ ପଦଯାତ୍ରାରେ ପ୍ରଶିକ୍ଷିତ ମାଷ୍ଟର ଟ୍ରେନରମାନେ ନିଜ ଅଞ୍ଚଳରେ ଅନ୍ୟ କର୍ମୀଙ୍କୁ ବୁଝାଇବେ । ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ୍ କରିବା ଲକ୍ଷ୍ୟରେ ଏହି ଖସଡ଼ା ପ୍ରସ୍ତୁତ କରାଯାଇଛି । ପ୍ରଥମ ଦିନରେ କର୍ମୀଙ୍କୁ ମହାବାତ୍ୟା ପରେ ଆସିଥିବା ଚ୍ୟାଲେଞ୍ଜର ମୁକାବିଲା କରି ବିଜେଡି ସରକାର କିଭଳି ସଫଳ ହୋଇଛନ୍ତି, ସେସବୁ ଉପରେ ତର୍ଜମା କରାଯାଇଛି । ଉକ୍ତ ଦିଗଦର୍ଶନ କାର୍ଯ୍ୟକ୍ରମରେ ପ୍ରାୟ ସବୁ ବିଧାନସଭା କ୍ଷେତ୍ରରୁ ସୋମବାର ଭଳି କ୍ରମାଗତଃଭାବେ ଦଳୀୟ କର୍ମୀଙ୍କୁ ଦିଗ୍‌ଦର୍ଶନ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button