“ନବୀନ ଓଡିଶା”ରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି : ଅନିଲ ବିଶ୍ୱାଳ – Ibnodisha

[ad_1]
ଗିରଫ ହୋଇଥିବା ବୈପାରିଗୁଡାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ
ଗଂଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ରହିଛି ସମ୍ପୃକ୍ତି
ବିଜେଡିର ଜଣେ ସାଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଛି
ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ
ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ୱେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା?
ଭୁବନେଶ୍ୱର: ୩୭ ଲକ୍ଷ ଟଙ୍କାର ନଗଦ କଳା ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ବୈପାରିଗୁଡାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ୍ । ଜବତ ହୋଇଥିବା ଏତେ ପରିମାଣର ବିପୁଳ ଟଙ୍କା ସହିତ ଗଞ୍ଜେଇ ଚୋରାଚାଲାଣ ବେପାରର ରହିଛି ସର୍ମ୍ପକ । ସେହି ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ରହିଛି ସମ୍ପୃକ୍ତି । କେବଳ ସେତିକି ନୁହେଁ ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଏସଏସସିର ପୂର୍ବତନ କର୍ମଚାରୀ ବିରଂଚି ସାହୁଙ୍କ ସହିତ ସୁଶାନ୍ତଙ୍କର ମଧ୍ୟ ଘନିଷ୍ଠ ସର୍ମ୍ପକ ରହିଥିଲା । ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଅନେକ ବଡ ବଡିଆ ଲୋକଙ୍କ ସମ୍ପୃକ୍ତି ଥିଲା । ବିଜେଡିର ଜଣେ ସାଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ସୁଶାନ୍ତ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଛି । ତେଣୁ ଏହି ସମସ୍ତ ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଓଡିଶାରେ ଏବେ ସରକାରୀ ସ୍ତରରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ଦୁର୍ନୀତି ଏବେ ଏତେ ଖୁଲମଖୁଲା ହେଉଛି ଯେ ଗିରଫ ହୋଇଥିବା ସୁଶାନ୍ତ ତାଙ୍କ କଳା ଟଙ୍କାକୁ ବସରେ ଖୁଲମ ଖୁଲା ଆଣିକି ଆସିବାର ସାହାସ କରିପାରିଥିଲେ । ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ । ଓଡିଶାରେ ଯେଉଁଠି ଦୁର୍ନୀତି ଗନ୍ଧ ଆସୁଛି ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲିଙ୍କ ଆସୁଛି । ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ କେମିତି ରହୁଛି ? ଆଗରୁ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ ଘଟଣାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା । ଏବେ ଗିରଫ ହୋଇଥିବା ସୁଶାନ୍ତଙ୍କ ବିରୋଧରେ ଆଗରୁ ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ୱେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା? ଏହା ପଛରେ କାହାର ପ୍ରଛନ୍ନ ଆର୍ଶୀବାଦ ଥିଲା ତାହା ଓଡିଶାବାସୀ ଜାଣିବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସୁଶାନ୍ତଙ୍କ ଗିରଫ ପରେ ବୈପାରିଗୁଡାରେ ସରଳ ଆଦିବାସୀ ଲୋକମାନେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । ଏଥିରୁ ବୁଝାପଡୁଛି ଯେ, ଓଡିଶା ପୋଲିସ ଆଜି କେତେ ଜନ ବିରୋଧୀ ହୋଇପଡିଛି । ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ । କେନ୍ଦ୍ରୀୟ ସଂସ୍ଥା ଏନସିଆରବି ରିପୋର୍ଟ ଅନୁସାରେ ୨୦୧୯, ୨୦୨୦ ଏବଂ ୨୦୨୧, ଓଡିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଯେବେ ଦୁର୍ନୀତି ସରକାରଙ୍କ ନୀତିରେ ପରିଣତ ହେବ ସେତେବେଳେ ହିଁ ଏଭଳି କଥା ଦେଖିବାକୁ ମିଳିବ । ଓଡିଶାବାସୀ ଏବେ ଦୁର୍ନୀତି ରାକ୍ଷସମାନଙ୍କଠାରୁ ମୁକ୍ତି ଚାହୁଁଛନ୍ତି ।
[ad_2]




