ଚୀନର ରହସ୍ୟମୟୀ ରୋଗ ନେଇ ଆଲର୍ଟରେ କର୍ଣ୍ଣାଟକ ସରକାର; ଆଡଭାଇଜରୀ ଜାରି – Ibnodisha
[ad_1]
ବେଙ୍ଗାଲୁରୁ: ଚୀନରେ ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବା ପରେ କର୍ଣ୍ଣାଟକରେ ଆଲର୍ଟ । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଆଲର୍ଟ ମୋଡ୍ରେ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିବା ପରେ କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର ଆଡଭାଇଜରୀ: ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ସିଜନାଲ ଫ୍ଲୁ’କୁ ଚିନ୍ତାର କାରଣ ଭାବେ ଦର୍ଶାଯାଇଛି । ଏହି ସଂକ୍ରମିତ ରୋଗ ଅଟେ ଯାହା ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ରୋଗ ଶିଶୁ, ବୃଦ୍ଧ, ଗର୍ଭବତୀ, ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ପାଇଁ ବିପଦ ସାଜିପାରେ । ତେବେ ଏହା ଅଧିକ ହେଲେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ । ନିଜ ନାଗରିକମାନଙ୍କୁ ମଧ୍ୟ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ।
ଏହି ରୋଗର ଲକ୍ଷଣ: ଥଣ୍ଡା ଲାଗିବା, ଅସୁସ୍ଥତା ଅନୁଭବ କରିବା, ଭୋକ ନ ଲାଗିବା, ଛିଙ୍କ, ଶୁଖିଲା କାଶ ପାଖାପାଖି ୩ ସପ୍ତାହ ଧରି ଲାଗିପାରେ । ତେବେ ଏହି ଆଡଭାଇଜରୀରେ ଏହି ରୋଗରୁ ବର୍ତ୍ତିବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ଛିଙ୍କିବା କାଶିବା ସମୟରେ ସାଧାରଣତଃ ମୁହଁ ଓ ନାକରେ ରୁମାଲ କିମ୍ବା ହାତ ଦେବା, ହାତ ବାରମ୍ବାର ଧୋଇବା, ଭିଡ଼ ସ୍ଥାନରେ ମାକ୍ସ ପିନ୍ଧିବା ଓ ଆବଶ୍ୟକ ନଥିଲେ ମୁହଁରେ ହାତ ନମାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଚୀନରେ ହାଇ ଫିଭର ସହ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ବୃଦ୍ଧି ପାଇବା ପରେ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି । କୋରୋନା ପରଠୁ କୌଣସି ନୂତନ ରୋଗ ନାଁ ସାମ୍ନାକୁ ଆସିଲେ ସବୁଠି ଭୟର ବାତାବରଣ ଖେଳିଯାଉଛି ।
ଏଭଳି ସ୍ଥଳେ ଅଧିକାଂଶ ଦେଶରେ ଚୀନରେ ଶ୍ୱାସ ଜନିତ ରୋଗକୁ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ଦେଶର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ସେବାକୁ ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନିକଟରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ସଂକ୍ରମିତ ପିଲାମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଛି । ଏହି ରୋଗ କୋରୋନା ଭଳି ମାରାତ୍ମକ ନୁହେଁ । ବିଶେଷଜ୍ଞମାନେ ଏହାକୁ ନିମୋନିଆ ବୋଲି କହୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସେୟାର ହୋଇଥିବା ରିପୋର୍ଟରେ ଚୀନ୍ର ଉତ୍ତର ଭାଗରେ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟିଥିବାର ଏହା ସଙ୍କେତ ଦେଇଛି ।
[ad_2]