ରାଜ୍ୟ

ଆଠଗଡ଼ରେ ପୁଣି ଲୁଟ୍‌ : ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ବାକ୍ସ – Ibnodisha

[ad_1]

ଆଠଗଡ଼ : ମାତିଛନ୍ତି ଲୁଟେରା। ପୁଣି ବନ୍ଧୁକ ମୁନରେ ଆଠଗଡ଼ ଅଞ୍ଚଳରୁ ହୋଇଛି ଲୁଟ୍‌। ଆଠଗଡ଼ ଥାନା ଅଶୋକ ନଗରର ସ୍ଥିତ ଫ୍ଲିପ୍ କ୍ଲାର୍ଟ ଅଫିସରେ ପଶି ବନ୍ଧୁକ ଦେଖାଇ ଟଙ୍କା ବାକ୍ସ ଲୁଟ୍‌ କରିଛନ୍ତି ଲୁଟେରା। ମିଳିଥିବା ସୂଚନା ଅନୁସାରେ ଅଶୋକନଗର ସ୍ଥିତ ଫ୍ଲିପ୍‌କାର୍ଟ ଅଫିସରେ ଆଜି ହୋଇଛି ସକାଳ ସମୟରେ ହୋଇଛି ଲୁଟ୍‌। ମୁଖା ପିନ୍ଧା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ୍ ଦେଖାଇ ଲୁଟ୍‌ କରିଛନ୍ତି। ଫ୍ଲିପ୍‌କାର୍ଟ ଅଫିସରେ ଥିବା ଟଙ୍କା ବାକ୍ସରୁ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତ ଘଟଣାସ୍ଥଳୂୁ ଚମ୍ପଟ ମାରିଛନ୍ତି। ତେବେ ଘଟଣାସମ୍ପର୍କରେ ସୂଚନା ପାଇଁ ଆଠଗଡ଼ ପୁଲିସ୍ ଛାନ୍ ଭିନ କରୁଥିବା ବେଳେ ଘଟଣା ସ୍ଥଳରେ ଆଠଗଡ଼ SDPO ମଧ୍ୟ ପହଞ୍ଚିଥିବା ଜଣାପଡିଛି।ଉଲ୍ଲେଖଯୋଗ୍ୟ ଗତ ୧୦ ତାରିଖ ଶୁକ୍ରବାର ମଧ୍ୟ ଆଠଗଡ଼ ଅଞ୍ଚଳରୁ ଏକ ବଡ଼ ଧରଣର ଲୁଟ ହୋଇଥିଲା। ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡିକୁ ଅଟକାଇ ବନ୍ଧୁକ ଦେଖାଇ ଦେଢ କୋଟିରୁ ଅଧିକ ଟଙ୍କା ମୁଖାପିନ୍ଧା କିଛି ଦୁର୍ବୃତ୍ତ ଲୁଟ କରିଥିଲେ।ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିଲେ। ଏହି ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ ପୁଣି ବନ୍ଧୁକ ମୁନରେ ଆଜି ଲୁଟ୍‌ ହେବା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button