ଖେଳ

ବିଶ୍ବକପ୍ ସେମିଫାଇନାଲ : ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ ରହିଲା ଭାରତ – Ibnodisha

[ad_1]

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର  ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ଅଳ୍ପକେ ଅର୍ଦ୍ଧଶତକରୁ (୪୭ ରନ) ବଞ୍ଚିତ ହୋଇଥିଲେ । ସେହିପରି ଶୁଭମନ ଗିଲ୍ ୭୯ ରନ କରି ଏକ ଶତକ ଆଡକୁ ଗତି କରୁଥିବାବେଳେ ସେ ରିଟାୟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ । ତେବେ ଶେଷ ଓଭରରେ ସେ ପୁଣି ଥରେ ଫେରିଥିଲେ । କିନ୍ତୁ ଆଜି ମ୍ଯାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ । ବିରାଟ ୧୧୭ ରନ ଓ ଆୟର ୧୦୫ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button