ଦେଶ

ଷ୍ଟୋକ୍ସଙ୍କୁ ରିଲିଜ୍ କରିବ ଚେନ୍ନାଇ ସୁପର କିଙ୍ଗସ୍‌ – Ibnodisha

[ad_1]

ନୂଆଦିଲ୍ଲୀ:  ବେନ୍ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ରିଲିଜ୍ କରିବାକୁ ଯାଉଛି । ଆଇପିଏଲ୍ ୨୦୨୪ ପାଇଁ ତାଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଗତ ମିନି ନିଲାମୀରେ ସିଏସ୍‌କେ ୧୬.୨୫ କୋଟି ଟଙ୍କାରେ କିଣିଥିବା ଏହି ଇଂଲଣ୍ଡ ଅଲରାଉଣ୍ଡର ପୂରା ସିଜିନରେ ମାତ୍ର ଦୁଇଟି ମ୍ୟାଚରେ ଭାଗ ନେଇଥିଲେ । ବିଶ୍ୱକପ୍ ପରେ ଷ୍ଟୋକ୍ସଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର କରାଯିବ ଏବଂ ସୁସ୍ଥ ହେବା ପାଇଁ ଏହି ପ୍ରକ୍ରିୟା ପ୍ରାୟ ଦୁଇ ମାସର ଆବଶ୍ୟକତା ରହିଛି । ତେବେ ୨୦୨୪ ମାର୍ଚ୍ଚ-ମେ\’ରେ ହେବାକୁ ଥିବା ଏହି ଲିଗ୍ ପାଇଁ ତାଙ୍କ ଉପଲବ୍ଧତାକୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜମେଣ୍ଟ କୌଣସି ରିସ୍କ ନେବାକୁ ରାଜି ହେଉନାହିଁ ।

ବିଶ୍ୱକପ୍ ପରେ ହିଁ ଆଇପିଏଲ୍ ଉପରେ ଧ୍ୟାନ ଦେବାକୁ ସଙ୍କେତ ଦେଇଥିବା ଷ୍ଟୋକ୍ସଙ୍କ ସହ ସିଏସ୍‌କେ ମ୍ୟାନେଜମେଣ୍ଟ ଆଲୋଚନା କରିଥିବା ସୂତ୍ରରୁ ଜଣାପଡ଼ିଛି । ସିଏସ୍‌କେର ଜଣେ ଅଧିକାରୀ କହିଛନ୍ତି, ଷ୍ଟୋକ୍ସ ଯଦି ସିଜନରେ ଖେଳିପାରିବେ ନାହିଁ, ତେବେ ଆମେ ୧୬ କୋଟି ଟଙ୍କା ବଦଳରେ କିଛି ଉନ୍ନତମାନର ଖେଳାଳି ହାସଲ କରିପାରିବୁ । ଏହି ସମୟରେ ଆଉ ଏକ ସମ୍ଭାବ୍ୟ ରିଲିଜ୍ ହେଉଛି ଲୋକି ଫର୍ଗୁସନ୍ । ପ୍ରଥମେ ୨୦୨୨ରେ ଗୁଜରାଟ ଟାଇଟନ୍ସ ୧୦ କୋଟି ଟଙ୍କାରେ କିଣିଥିବା ବେଳେ ପରେ ୨୦୨୩ରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ କିଣିଥିଲା । ତାଙ୍କ ଆଘାତ ଇତିହାସକୁ ଦୃଷ୍ଟିରେ ରଖି କେକେଆର୍ ମ୍ୟାନେଜମେଣ୍ଟ ତାଙ୍କ ରିଲିଜ୍ ଉପରେ ବିଚାର କରୁଥିବା ଜଣାପଡ଼ିଛି । ସେହିପରି ଶାର୍ଦ୍ଦୁଲ ଠାକୁର ଓ ହର୍ଷଲ ପଟେଲଙ୍କ ସହ ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚୁକ୍ତି ହେବ ବୋଲି ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button