ଦେଶ

ସାମ୍ବାଦିକତା ପେଶା ପାଇଁ ଲୋଡାନାହିଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତା: ଦିଲ୍ଲୀ ହାଇକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ପ୍ରମୁଖ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଆଇଆଇଏମସିର ମହା ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀଙ୍କ ଯୋଗ୍ୟତାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି, ସାମ୍ବାଦିକତାରେ କ୍ୟାରିଅର କରିବାକୁ ହେଲେ କୌଣସି ନିର୍ଦ୍ଧିଷ୍ଟ ଯୋଗ୍ୟତାର ଆବଶ୍ୟକତା ନାହିଁ।

ଜୁଲାଇ ୨୦୨୦ରେ ସଞ୍ଜୟ ଦ୍ବିବେଦୀ ସରକାରଙ୍କ ଦ୍ୱାରା ଆଇଆଇଏମସି ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ହେଲେ ସେ ଏହି ପଦବୀ ପାଇଁ ସମସ୍ତ ଯୋଗ୍ୟତା ରଖୁ ନାହାନ୍ତି ଓ ଅନେକ ଅପରାଧିକ ମାମଲା ସହ ଜଡିତ ଦର୍ଶାଇ ଡା. ଆଶୁତୋଷ ମିଶ୍ର ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ରଶେଖର ବର୍ମା ଓ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି କି, ଯେଭଳି ଭାବେ ଡାକ୍ତର ଓ ଓକିଲ ହେବା ପାଇଁ ନିର୍ଦ୍ଧିଷ୍ଠ ଯୋଗ୍ୟତାର ଆବଶ୍ୟକତା ରହିଛି ସେହିଭଳି ଭାବେ ସାମ୍ବାଦିକ ହେବା ପାଇଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତାର ଆବଶ୍ୟକ ନାହିଁ ।

ତେବେ ୨୦୧୯ ରେ ଆଇଆଇଏମସି ନିର୍ଦ୍ଦେଶକ ପଦବୀ ପାଇଁ ଦିଆଯାଇଥିବା ବିଜ୍ଞାପନ ଓ ସଞ୍ଜୟ ଦ୍ବିବେଦୀଙ୍କର ବାୟୋଡାଟା ତଥା ସବୁ ଯୋଗ୍ୟତା ବିବରଣୀ ଯାଞ୍ଚ କରିବା ପରେ ଦ୍ବିବେଦୀଙ୍କ ନିଯୁକ୍ତି ନିର୍ଦ୍ଧାରିତ ନିୟମ ଅନୁସାରେ ହୋଇଥିବାର ପ୍ରମାଣ ଦେଖି ହାଇକୋର୍ଟ ଏହି ଅଭିଯୋଗକୁ ଖାରଜ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button