ଖେଳ

ବିଶ୍ବକପ୍‌ ସେମିଫାଇନାଲ: ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା – Ibnodisha

[ad_1]

କୋଲକାତା : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର କୋଲକାତାର ଇର୍ଡେନ୍‌ ଗାର୍ଡେନ୍‌ରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ତେମ୍ବା ବଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଟିମ୍‌ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ଦଳ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ଡେଭିଡ ମିଲରଙ୍କ ଶତକ ବଳରେ ୨୧୨ ରନ୍‌ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତି ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି।ହେନିରିକ୍‌ କ୍ଲାଁସେଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନଙ୍କୁ ଅଷ୍ଟ୍ରେଲିଆର ବୋଲରମାନେ ସହଜାରେ ଆଉଟ କରୁଥିବା ବେଳେ ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। କଙ୍ଗାରୁ ଦଳର ସମସ୍ତ ବୋଲରଙ୍କୁ ହତାଶ କରିଥିଲେ। ଶତକ ହାସଲ କରିବା ପରେ ସେ ଏକ ବଡ଼ ସର୍ଟ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କିନ୍ତୁ ସେ ପାଭିଲିଅନ ଫେରି ଆସିବା ପୂର୍ବରୁ ୧୧୬ଟି ବଲ୍‌ ସାମ୍ନା କରି ୮ଟି ଚୌକା ଓ ୫ଟି ଛକା ବଳରେ ୧୦୧ ରନ୍‌ କରିଥିଲେ। ବର୍ଷା ବାଧିତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ହେନିରିକ୍‌ କ୍ଲାଁସେ ଓ ଡେଭିଡ ମିଲର ଆଶା ସଂଚାର କରିଥିଲେ। ଉଭୟ ଖେଳାଳି ୫ମ ୱିକେଟ୍‌ ପାଇଁ ୯୫ ରନ୍‌ର ଭାଗିଦାରୀ କରିପାରିଥିଲେ। ହେନିରିକ୍‌ କ୍ଲାଁସେ ୪୮ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ୪୭ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍କୋ ୟାନସେନ ମାତ୍ର ଗୋଟିଏ ବଲ୍‌ ସାମ୍ନା କରି ପାଭିଲିଅନ୍‌ ଫେରି ଯାଇଥିଲେ। ଟ୍ରେଭିସ୍‌ ହେଡ୍‌ ୩୧ ନମ୍ବର ଓଭରରେ ତଥା ନିଜର ପ୍ରଥମ ଓଭରରେ ୨ ଜଣ ଖେଳାଳିଙ୍କୁ ଆଉଟ୍‌ କରିବା ଫଳରେ ଅଷ୍ଟ୍ରେଲିଆକୁ ଅଧିକ ବଳ ‌ଯୋଗାଇଥିଲେ।ଦକ୍ଷିଣ ଆଫ୍ରିକାର ସ୍କୋର୍‌ ୧୪ ଓଭର ଖେଳ ପର୍ଯ୍ୟନ୍ତ ସ୍କୋର ୪ଟି ୱିକେଟ୍‌ ବିନିମୟରେ ୪୪ ରନ୍‌ରେ ପହଞ୍ଚି ଥିଲା। ଏହାରି ମଧ୍ୟରେ ଦଳ ଆଗଧାଡ଼ିର ୪ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ଏହି ସମୟରେ ବର୍ଷା ଯୋଗୁଁ କିଛି ସମୟ ପାଇଁ ମ୍ୟାଚ୍‌ ଅଟକି ରହିଥିଲା। ଦଳୀୟ ସ୍କୋର ମାତ୍ର ଗୋଟିଏ ରନ୍‌ରେ ଅଧିନାୟକ ବଭୁମା ଆଉଟ୍‌ ହୋଇ ପାଭିଲିଅନ୍‌ ଫେରି ଯାଇଥିଲେ। ସେ ୪ଟି ବଲ୍‌ ସାମ୍ନା କରିଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ। ବିସ୍ଫୋରକ ବ୍ୟାଟର କ୍ବିଣ୍ଟନ୍‌ ଡି’କକ୍‌ ୧୪ଟି ବଲ୍‌ ଖେଳିଥିଲେ ବି ମାତ୍ର ୩ ରନ୍‌ରେ ଆଉଟ୍‌ ହୋଇଥିଲେ। କଙ୍ଗାରୁ ଦଳର ତୃତୀୟ ଶିକାର ହୋଇଥିଲେ ଐଦେନ ମାର୍କରାମ। ତାଙ୍କ ବ୍ୟାଟରୁ ୨ଟି ଚୌକା ସହାୟତାରେ ୧୦ ରନ୍‌ ଅମଳ ହୋଇଥିବା ବେଳେ ରାସି ଭାନ ଡର ଡୁସେନ ବ୍ୟକ୍ତିଗତ ଭାବେ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଗେର୍ଲାଡ କଟ୍‌ଜି ୧୯ ରନ୍‌, କେଶବ ମହାରାଜ ୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ କାଗିସୋ ରବାଡ଼ା ୧୦ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ୍ସ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ଜୋସ୍‌ ହାଜେଲଉଡ ଟ୍ରେଭିସ୍‌ ହେଡ ଓ ଅଧିନାୟକ ପାଟ୍‌ କମିନ୍ସଙ୍କୁ ୨-୨ ୱିକେଟ୍‌ ମିଳିଥିଲା। ଏହି ମୁକାବିଲାରେ ଯେଉଁ ଦଳ ବିଜୟ ହାସଲ କରିବ ଆସନ୍ତା ୧୯ ତାରିଖ ଦିନ ଭାରତକୁ ଅହମଦାବାଦ୍‌ରେ ଭେଟିବ। ଚଳିତ ବିଶ୍ବକପ୍‌ରେ ଏହି ୨ଟି ଗତ ଅକ୍ଟୋବର ୧୨ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ କି ଅଷ୍ଟ୍ରେଲିଆକୁ ୧୩୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ପରାସ୍ତ କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button