୬ ମାସ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର ଦ୍ୱାର – Ibnodisha
[ad_1]
ଡେରାଡୁନ : ଶୀତକାଳୀନ ପାଇଁ ପ୍ରଥମେ ଗଙ୍ଗୋତ୍ରୀ ଧାମର ଦ୍ବାର ଓ ଏହାର ଦିନକ ପରେ ଯମୁନୋତ୍ରୀ ଧାମର ଦ୍ବାର ବନ୍ଦ ହୋଇଥିବାବେଳେ, ଭାଇଦୁଜ ଅବସରରେ ବୁଧବାର ବାବା କେଦାରନାଥଙ୍କର ଦ୍ବାର ବନ୍ଦ ହୋଇଛି । ଏହାପରେ ପ୍ରଭୁ ବଦ୍ରି ନାରାୟଣଙ୍କର ଦ୍ବାର ଶୀତକାଳୀନ ପାଇଁ ୬ ମାସ ବନ୍ଦ ରହିବ ।ପ୍ରଭୁ କେଦାରନାଥଙ୍କ ପଞ୍ଚମୁଖୀ ଡୋଲି ବୁଧବାର ସକାଳେ କେଦାରନାଥ ଧାମ ଛାଡି ଶୀତଦିନିଆ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ଭାରତ ଏବଂ ବିଦେଶରୁ ହଜାର ହଜାର ଭକ୍ତ କେଦାରନାଥ ଧାମରେ କେଦାରନାଥ ଡୋଲିଙ୍କ ସହ ଭଗବାନ କେଦାରନାଥଙ୍କ ଦର୍ଶନ ପାଇବାକୁ ପହଞ୍ଚିଥିଲେ । ଏହାପରେ ତିନୋଟି ପହଡର ପୂଜା ପରେ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ କରିଦିଆଯାଇଥିଲା । ଡୋଲି ବାହାରିବା ସମୟରେ ବାଜା, ବାଣ ସହ ବାବାଙ୍କ ଜୟ ଜୟ କାରରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ । ଏହାପରେ ଶ୍ରଦ୍ଧାଳୁ ମାନେ ଉତ୍ତରାଖଣ୍ଡର ଉଖୀମଠରେ ଓମକାରେଶ୍ବର ମନ୍ଦିରରେ ବାବା କେଦାରଙ୍କର ଚଳନ୍ତି ପ୍ରତିମାକୁ ଦର୍ଶନ କରିବେ । ରିପୋର୍ଟ ମୁତାବିକ, ଚଳିତବର୍ଷ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଚାରିଧାମ ଦର୍ଶନରେ ଆସିଛନ୍ତି । ଚଳିତ ବର୍ଷ ହେଲିକପ୍ଟର ସେବା ମାଧ୍ୟମରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ବାବା କେଦାରନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ ।
[ad_2]