ଦେଶ
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ମୃତ – Ibnodisha

[ad_1]
ଶ୍ରୀନଗର: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଗୁରୁବାର ଯବାନଙ୍କ ସହ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏମାନେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ ।
ମୃତ ଆତଙ୍କବାଦୀଙ୍କ ମଧ୍ୟରେ ବସିର ଅହମ୍ମଦ ମାଲିକ୍ ନାମକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସାମିଲ ଥିବା କୁହାଯାଇଛି । ବସିର ଦୀର୍ଘ ୩୦ ବର୍ଷ ଧରି ପାକିସ୍ତାନ ସୀମାରୁ ଶତାଧିକ ଆତଙ୍କବାଦୀଙ୍କୁ ଭାରତ ପଠାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଥିଲା ।
[ad_2]