ରାଜ୍ୟ

ଜନସ୍ୱାର୍ଥ ମାମଲା ଦର୍ଶାଇବା ମହଙ୍ଗା ପଡିଲା; ଅଦାଲତଙ୍କ ସମୟ ନଷ୍ଟ ପାଇଁ ୫୦ ହଜାର ଟଙ୍କାର ଜରିମାନା – Ibnodisha

[ad_1]

କଟକ: ବ୍ୟକ୍ତିଗତ ସ୍ୱାର୍ଥ ସମ୍ବଳିତ ମାମଲାକୁ ଜନସ୍ୱାର୍ଥ ସମ୍ବଳିତ ମାମଲା ଦର୍ଶାଇବା ଆବେଦନକାରୀଙ୍କ ପାଇଁ ମହଙ୍ଗା ପଡିଛି । ଆବେଦନକାରୀ ଚତୁର୍ଭୁଜ ଗଡନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ୫୦ ହଜାର ଟଙ୍କାର ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

ଉକ୍ତ ଜରିମନା ଆସନ୍ତା ୭ ଦିନ ମଧ୍ୟରେ ହାଇକୋର୍ଟ ବାର୍ ଆସୋସିଏସନ୍ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ଅଦାଲତ ଆବେଦନକାରୀଙ୍କୁ ଆଦେଶ ଦେଇଛନ୍ତି । ଆବେଦନକାରୀ ଅନୁଗୁଳ ଜିଲ୍ଲାର ବଉଳିଗଡ ଅରାହାଟର ବାସିନ୍ଦା ଅଟନ୍ତି । ତେବେ ସ୍ଥାନୀୟ ତଳତଳି ମୌଜାର ଏକ ଗୋଚର ଜମିରେ ମେଗା ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ ।

ଏଥିପୂର୍ବରୁ ସେ କର୍ତୃପକ୍ଷଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ପ୍ରାର୍ଥନା କରିଥିଲେ । ତେବେ ଏଥିରେ କିଛି ସୁଫଳ ନ ମିଳିବାରୁ ଆବେଦନକାରୀମାନେ ଶେଷରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟରେ ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଉକ୍ତ ଜମିକୁ ସର୍ବସାଧାରଣଙ୍କ କଲ୍ୟାଣକାରୀ କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଉଛି ।

ଏଣୁ ଏହା ଜନସ୍ୱାର୍ଥ ସମ୍ବଳିତ ମାମଲା ନୁହେଁ ବରଂ ବ୍ୟକ୍ତିଗତ ସ୍ୱାର୍ଥ ସମ୍ବଳିତ ମାମଲା ଅଟେ । ହାଇକୋର୍ଟ ଏହାର ଶୁଣାଣି କରି ଆବେଦନକାରୀଙ୍କ ଉକ୍ତ ଆବେଦନକୁ ଖାରଜ କରିବା ସହ ଉପରୋକ୍ତ ଆଦେଶ ପ୍ରଦାନ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button