ଦେଶ

ପୁଣି କରଜ କରିବ ପାକିସ୍ତାନ – Ibnodisha

[ad_1]

ଇସଲାମବାଦ : ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ । ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି । ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଦେଶର ଅର୍ଥ ମନ୍ତ୍ରୀ ଶାମଶାଦ ଅକତର କହିଛନ୍ତି, ଆମେ ଆଇଏମଏଫ ସହ ସୁସମ୍ପର୍କ ରକ୍ଷା କରୁଛୁ । ଆମ ଅର୍ଥନୀତି ଏବେ ଅଣ୍ଟା ସଳଖି ନାହିଁ । ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପରେ ଦେଶକୁ ଏକ ଅରବ ଡଲାରର କରଜ ଶୁଝିବାର ଅଛି । ଦେଶର କାମଚଳା ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ କାକର ଆଇଏମଏଫକୁ କରିଥିବା ଚୁକ୍ତିନୁସାରେ ବିଶ୍ୱ ବ୍ୟାଙ୍କ, ଏସିଆୟୀ ବିକାଶ ବ୍ୟାଙ୍କ ଓ ଇସଲାମିକ ବିକାଶ ବ୍ୟାଙ୍କରୁ ୬.୩ ଅରବ ଡଲାର ଓ ଅନ୍ୟ ଦେଶରୁ ୧୦ଅରବ ଡଲାରର ଦ୍ୱୀପାକ୍ଷୀୟ ଫଣ୍ଡିଂ ହାସିଲ କରିବାକୁ ଚେଷ୍ଟା କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button