ଶବ ସତ୍କାର କରି ପ୍ରଶଂସିତ ଅଂଶୁମାନ ଟ୍ରଷ୍ଟ।
IBNଓଡିଶା(ବ୍ୟୁରୋ):-
ଯାଜପୁର ,ଧର୍ମଶାଳା:-
*ବଞ୍ଚିଛି ମାନବିକତା*
*ମିଳିଲାନି ଚାରି କାନ୍ଧ*
*ସାହା ହେଲେନି ପୋଡ଼ାଶୀ*
*ଶବ ସତ୍କାର କଲା ଅଂଶୁମାନ ଟ୍ରଷ୍ଟ*
ଗୋଟେ ପଟେ କରୋନା ର କରାଳ ଭୟା ବହ ରେ ହନ୍ତସନ୍ତ ହେଉଛନ୍ତି ବିଶ୍ୱ ବାସୀ।ଏ ପରିସ୍ଥିତିରେ ଲୋକଙ୍କ ନିକଟରେ ପହଁଚି ଦୁଃଖ ସୁଖ ର ସାଥି ହୋଇଛି ଅଗ୍ରଣୀ ସ୍ୱେଚ୍ଛା ସେବୀ ସଂଗଠନ ଅଂଶୁମାନ ଟ୍ରଷ୍ଟ।ଯାଜପୁର ଜିଲ୍ଲା ଧର୍ମଶାଳା ର ଉକ୍ତ ଟ୍ରଷ୍ଟ ମନାବିକତା ର ପରିଚୟ ରେ ପ୍ରଶଂସିତ।ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦେଶରେ ଗତକାଲି ଜାରକା ସ୍ଥିତ ବର୍ଜୁନଗର ରେ ରହୁଥିବା ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଗୋକୁଲାନନ୍ଦ ମିଶ୍ର ଙ୍କ ପତ୍ନୀ ଇଚ୍ଛା ବତୀ ଙ୍କର ମୃତୁ ଘଟିଥିଲା।ଗୋକୁଲା ନନ୍ଦ ଏବେ ବାର୍ଦ୍ଧକ୍ୟ ରେ ଜୀବନ ଅତିବାହିତ କରୁଥିବା ବେଳେ ପାଖରେ ଏକ ମାତ୍ର ମସ୍ତିଷ୍କ ବିକୃତ ପୁତ୍ର।ଏପରି ସ୍ଥିତିରେ ତାଙ୍କ ପତ୍ନୀ ଙ୍କର ଶବ ସତ୍କାର ପାଇଁ ସାହି ଭାଇ ନ ଆସିବାରୁ ଖବର ପାଇ ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଙ୍କ ନିର୍ଦେଶରେ କର୍ମକର୍ତ୍ତା ପହଂଚି ଏକ ଆମ୍ବୁଲାନ୍ସ ଯୋଗେ ଇଛାବତୀ ଙ୍କ ଶବ କୁ ନିକଟସ୍ଥ ବ୍ରାହ୍ମଣୀ ନଦୀ ରେ ଆଣି ଶେଷ କୃତ୍ୟ ସମ୍ପର୍ଣ୍ଣ କରିଥିଲେ। ଏମିତିକି ଆଗାମୀ ଦିନରେ ଶୁଦ୍ଧିକ୍ରିୟା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଟ୍ରଷ୍ଟ ତରଫରୁ ପ୍ରତିଶୃତି ଦେଇଥିଲେ।ସେହିପରି ଧର୍ମଶାଳା ବ୍ଲକ ର ଚୋରମୁହାଁ ପଂଚାୟତ ର ସାନମଙ୍ଗଳ ପୁର ଗ୍ରାମର ନରେଶ ସାମଲ ଙ୍କ ମସ୍ତିଷ୍କ ଆଘାତ ହୋଇ ଡାକ୍ତରଖାନା ରେ ଚିକିତ୍ସା ହେବା ସମୟରେ ମୁର୍ତ୍ୟୁ ବରଣ କରିଥିଲେ ଓ ତାଙ୍କ ସ୍ତ୍ରୀ ଅନୁସୂୟା ସାମଲ ଠିକ କିଛି ଦିନ ତଳେ ବ୍ରେନ ଟ୍ୱିମର ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ତଳେ ମୁର୍ତ୍ୟୁ ବରଣ କରିଥିଲେ ।ଫଳରେ ତାଙ୍କ ଦୁଇ ଝିଅ ଅନାଥ ହୋଇ ବେସହରା ହୋଇଯାଇଛନ୍ତି।ତେବେ ଖବର ପାଇ ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ସେଠାରେ ପହଂଚି ତାଙ୍କୁ ଆର୍ଥିକ ₹15000 ଟଙ୍କା ସାହାଯ୍ୟ କରିବା ସହ ସରକାର ଙ୍କ ତରଫରୁ ଆଗାମୀ ଦିନରେ କିପରି ସବୁ ପ୍ରକାର ସାହାଯ୍ୟ ମିଳିବ ଏଥି ସହ ଆଲୋଚନା କରିଥିଲେ। ଆଉରି ମଧ୍ୟ କାଏମା ପଂଚାୟତ ର ଅନ୍ତପୁର ଗ୍ରାମର ବଟକୃଷ୍ଣ ମଲ୍ଲିକ ଙ୍କ ଝିଅ ବିବାହ ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଖବର ପାଇଁ ଟ୍ରଷ୍ଟର ସମ୍ପାଦକ ଙ୍କ ପରାମର୍ଶ କ୍ରମେ କିଛି କର୍ମକର୍ତା ପାଖରେ ପହଁଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।ହିମାଂଶୁ ଙ୍କ ଏଭଳି କାଯ୍ୟ ଧାରା ପାଇଁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି।